ଅବତରଣ ବେଳେ ବିମାନରେ ଲାଗିଗଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବେଜିଂ: ଗୁରୁବାର ଦିନ ଚୀନର ଏକ ବିମାନରେ ନିଆଁ ଲାଗିଯାଇଛି। ଏହି ବିମାନଟି ତିବ୍ଦତ ଏୟାରଲାଇନ୍ସର ଥିଲା। ଗୁରୁବାର ସକାଳେ ଚାଇନାର ଚୋଙ୍ଗକିଙ୍ଗ ବିମାନବନ୍ଦରର ରନୱେରେ ଅବତରଣ କରିବା ବେଳେ ବିମାନରେ ନିଆଁ ଲାଗି ଯାଇଥିଲା। ତେବେ ବଡ଼ କଥା ହେଉଛି ଏହି ଭୟଙ୍କର ଅଘଟଣରେ କେହି ଆହତ ହୋଇନାହାଁନ୍ତି। ଏହା ପୂର୍ବରୁ ମାର୍ଚ୍ଚରେ ଚୀନର ଏକ ବଡ଼ ବିମାନ ଦୁର୍ଘଟଣା ହୋଇଥିଲା ଯେଉଁଥିରେ ୧୩୨ ଜଣ ପ୍ରାଣ ହରାଇଥିଲେ ।

ଚୀନର ସରକାରୀ ଗଣମାଧ୍ୟମ ସିସିଟିଭି କହିଛି ଯେ ଚୋଙ୍ଗକିଙ୍ଗରୁ ଲାସା ଅଭିମୁଖେ ଯାଉଥିବା ଏକ ବିମାନ ଚୋଙ୍ଗକିଙ୍ଗ ଜିଆଙ୍ଗବେଇ ଅନ୍ତର୍ଜାତୀୟ ବିମାନବନ୍ଦରର ଅବତରଣ କରିବା ସମୟରେ ରନୱେରେ ସ୍ଲିପ୍ ହୋଇଯାଇଥିଲା । ଏଥିଯୋଗୁଁ ବିମାନରେ ନିଆଁ ଲାଗିଯାଇଥିଲା। ଏହି ଘଟଣା ବେଳେ ବିମାନରେ ୧୧୩ ଜଣ ଯାତ୍ରୀଙ୍କ ସହ ନଅ ଜଣ କ୍ରୁ ମେମ୍ବର ଥିଲେ । ତେବେ ସମସ୍ତଙ୍କୁ ନିରାପଦରେ ଉଦ୍ଧାର କରାଯାଇଛି ବୋଲି ଏୟାରଲାଇନ୍ସ କହିଛି। ସୋସିଆଲ ମିଡିଆରେ ସେୟାର ହୋଇଥିବା ଏକ ଭିଡିଓରେ ଜଳୁଥିବା ବିମାନକୁ ଅଗ୍ନିଶମ କର୍ମଚାରୀମାନେ ଲିଭାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି ।

ବିମାନ କର୍ତ୍ତୃପକ୍ଷ କହିଛନ୍ତି ଯେ କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି। ଏହି ବିମାନ ଚୀନ୍‌ର ଚୋଙ୍ଗକିଙ୍ଗ ସହରରୁ ତିବ୍ଦତର ନାଇଙ୍ଗଚି ଅଭିମୁଖେ ଯାଉଥିଲା। ଭିଡିଓରେ ବିମାନରୁ କଳା ଧୂଆଁ ଏବଂ ନିଆଁ ବାହାରୁଥିବା ଦେଖିବାକୁ ମିଳୁଛି | ପ୍ରାୟ ଦୁଇମାସ ପୂର୍ବେ କୁନମିଙ୍ଗ ସହରରୁ ଗୁଆନଜୋ ଅଭିମୁଖେ ଯାତ୍ରା କରୁଥିବା ‘ଚାଇନା ଇଷ୍ଟର୍ନ ଏୟାରଲାଇନ୍ସ’ର ଏକ ବୋଇଙ୍ଗ ୭୩୭-୮୦୦ ବିମାନ ଉଜୋ ସହରର ଏକ ପାର୍ବତ୍ୟ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉକ୍ତ ଘଟଣାରେ ୧୩୨ ଜଣ ପ୍ରାଣ ହରାଇଥିଲେ ।

Comments are closed.