ନେପାଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ଦେଓବାଙ୍କ ସହ କରିବେ ଆଲୋଚନା

ଲୁମ୍ବିନି (ନେପାଳ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନେପାଳ ଗସ୍ତରେ ଗୌତମ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନୀରେ ପହଞ୍ଚିଛନ୍ତି। ତାଙ୍କର ଏହି ଗସ୍ତ ସମୟରେ ସେ ନେପାଳର ପ୍ରତିପକ୍ଷ ଶେର୍ ବାହାଦୂର ଦେଓବାଙ୍କ ସହ ଜଳ ବିଦ୍ୟୁତ୍ ଶକ୍ତି, ବିକାଶ ଏବଂ ଯୋଗାଯୋଗ ସହିତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ପ୍ରୋତ୍ସାହିତ କରିବା ବିଷୟରେ ବିସ୍ତୃତ ଆଲୋଚନା କରିବେ।

ଦେଓବାଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦି ନେପାଳରେ ପହଞ୍ଚିଛନ୍ତି। ସେ ଗୋଟିଏ ଦିନିଆ ଗସ୍ତରେ ଲୁମ୍ବିନିରେ ପହଞ୍ଚିଛନ୍ତି | ୨୦୧୪ ରେ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବା ପରେ ଏହା ମୋଦିଙ୍କ ପଞ୍ଚମ ନେପାଳ ଗସ୍ତ।

ଲୁମ୍ବିନୀରେ ପ୍ରଧାନମନ୍ତ୍ରୀ ମହାମୟୀ ଦେବୀ ମନ୍ଦିର ପରିଦର୍ଶନ କରି ସେଠାରେ ପୂଜାର୍ଚ୍ଚନା କରିବେ। ସେ ବୁଦ୍ଧ ଜୟନ୍ତୀ ଉପରେ ଏକ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିବେ। ନେପାଳ ସରକାରଙ୍କ ସହଯୋଗରେ ଲୁମ୍ବିନି ଡେଭଲପମେଣ୍ଟ ଟ୍ରଷ୍ଟ ଦ୍ୱାରା ଏହା ଆୟୋଜିତ ହୋଇଛି |

ବୁଦ୍ଧ ପୂର୍ଣ୍ଣିମା ଅବସରରେ ଲୁମ୍ବିନିରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଅପରାହ୍ନ ୪ ଟାରେ କୁଶୀନଗର ଫେରିବେ। ସେ ମହାପରିନିର୍ବାଣ ସ୍ତୁପକୁ ଯାଇ ଦର୍ଶନ କରିବେ ଏବଂ ପୂଜା କରିବେ |

Comments are closed.