ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ  

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଉଦଘାଟନ କରିଛନ୍ତି। ଏହି ଏକ୍ସପ୍ରେସ ୱେ ୨୮ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହୋଇଛି |

ଜଲୌନ୍ ଜିଲ୍ଲା ଓରାଇ ତହସିଲର କୈଠାରୀ ଗ୍ରାମରେ ଶନିବାର ଏକ ସ୍ବତନ୍ତ୍ର ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେକୁ ଲୋକର୍ପିତ କରିଛନ୍ତି। ପିଏମ୍ ମୋଦୀ ଫେବୃଆରୀ ୨୯, ୨୦୨୦ରେ ଏହି ଏକ୍ସପ୍ରେସ ୱେର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ଏକ୍ସପ୍ରେସୱେ୍ର ସୁବିଧା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ ରାଜ୍ୟର ପୂର୍ବ ସମାଜବାଦୀ ପାର୍ଟି ସରକାର ତଥା ମାଗଣା ସୁବିଧା ଯୋଗାଇବା ରାଜନୀତିକୁ ଟାର୍ଗେଟ କରିଛନ୍ତି।

୨୯୬ କିଲୋମିଟର ଦୀର୍ଘ ତଥା ଚାରି ଲେନ୍ ବିଶିଷ୍ଟ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ସାତୋଟି ଜିଲ୍ଲା ଦେଇ ଯାଇଛି | ଏଥିରେ ଚିତ୍ରକୋଟ, ବାନ୍ଦା, ମହୋବା, ହମିରପୁର, ଜଲୌନ୍, ଅରାଇୟା ଏବଂ ଇଟାୱା ଜିଲ୍ଲା ଦେଇ ଏହି ଏକ୍ସପ୍ରେସୱେ ଯାଇଛି |

ଏହି ଏକ୍ସପ୍ରେସୱେ ଚିତ୍ରାକୋଟ ଜିଲ୍ଲାର ଗୋଣ୍ଡା ଗ୍ରାମରେ ଏନ୍ଏଚ୍-୩୫ ରୁ ଇଟାୱା ଜିଲ୍ଲାର କୁଡ୍ରେଲ ଗ୍ରାମ ପର୍ଯ୍ୟନ୍ତ ଲମ୍ବିଛି | ଏହା ପରେ ଏହି ଏକ୍ସପ୍ରେସୱେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେ ସହିତ ଯୋଡ଼ି ହୋଇଛି |

ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଆରମ୍ଭ ହେବା ପରେ ଚିତ୍ରକୋଟରୁ ରାଜଧାନୀ ଦିଲ୍ଲୀ ଯାତ୍ରା ମାତ୍ର ଆଠ ଘଣ୍ଟା ମଧ୍ୟରେ ସମ୍ଭବ ହୋଇପାରିବ । ପୂର୍ବରୁ ଏହା ୧୨ ରୁ ୧୩ ଘଣ୍ଟା ଲାଗୁଥିଲା |

Comments are closed.