ଜେଲେନସ୍କିଙ୍କ ସହ କଥା ହେଲେ ମୋଦି, ସୁମିରେ ଫସିଥିବା ଭାରତୀୟ ଛାତ୍ରଙ୍କୁ ସ୍ଥାନାନ୍ତର ପାଇଁ ସହଯୋଗ ଲୋଡ଼ିଲେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଫୋନରେ କଥା ହୋଇଛନ୍ତି । ମୋଦି ଯୁଦ୍ଧଗ୍ରସ୍ତ ୟୁକ୍ରେନର ପୂର୍ବୋତ୍ତର ଅଞ୍ଚଳ ସୁମିରେ ଫସି ରହିଥିବା ଭାରତୀୟ ଛାତ୍ରମାନଙ୍କୁ ଉଦ୍ଧାର କରିବାରେ ସାହାଯ୍ୟ କରିବାକୁ ଜେଲେନସ୍କିଙ୍କୁ ଅନୁରୋଧ କରିଛନ୍ତି।

ସରକାରୀ ସୂତ୍ରରୁ ପ୍ରକାଶ ଯେ ପ୍ରାୟ ୩୫ ମିନିଟ୍ ଧରି ଚାଲିଥିବା ବାର୍ତ୍ତାଳାପ ବେଳେ ଦୁଇ ନେତା ୟୁକ୍ରେନର ପୂର୍ବ ୟୁରୋପୀୟ ଦେଶରେ ସୃଷ୍ଟ ପରିସ୍ଥିତି ଉପରେ ମଧ୍ୟ ଆଲୋଚନା କରିଥିଲେ।

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ପ୍ରାୟ ୭୦୦ ଭାରତୀୟ ଛାତ୍ର ସୁମିରେ ଫସି ରହିଛନ୍ତି।

ସୂଚନାନୁସାରେ, ସୁମିରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଭାରତର ପ୍ରୟାସକୁ ଜାରି ରଖିବାକୁ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ ସରକାରଙ୍କୁ ନିବେଦନ କରିଛନ୍ତି।

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ପ୍ରତ୍ୟକ୍ଷ ଆଲୋଚନାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ବୋଲି ସୂତ୍ରରୁ ପ୍ରକାଶ। ଏଥି ସହିତ ପ୍ରଧାନମନ୍ତ୍ରୀ ମୋଦି ଜେଲେନସ୍କିଙ୍କୁ ୟୁକ୍ରେନରୁ ଭାରତୀୟମାନଙ୍କୁ ସ୍ଥାନାନ୍ତର କରିବାରେ ସହାୟତା କରିଥିବାରୁ ଧନ୍ୟବାଦ ଅର୍ପଣ କରିଛନ୍ତି।

ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ଏପରି ଏକ ସମୟରେ ହୋଇଛି ଯେତେବେଳେ ରୁଷ ଆକ୍ରମଣର ସମ୍ମୁଖୀନ ହେଉଥିବା ୟୁକ୍ରେନରୁ ଛାତ୍ରଛାତ୍ରୀଙ୍କ ସମେତ ଭାରତ ନିଜ ନାଗରିକଙ୍କୁ ସ୍ଥାନାନ୍ତର କରିବା ପାଇଁ ସମସ୍ତ ଉଦ୍ୟମ କରୁଛି।

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଦ୍ବିତୀୟ ଥର ପାଇଁ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଆଲୋଚନା ହୋଇଛି। ଏହାପୂର୍ବରୁ ଦୁଇ ନେତା ୨୬ ଜାନୁଆରୀରେ ମଧ୍ୟ ଫୋନ୍ ବାର୍ତ୍ତାଳାପ କରିଥିଲେ |

ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ମଧ୍ୟ ଦୁଇଥର କଥା ହୋଇଛନ୍ତି। ସେ ଆଜି ଅପରାହ୍ନରେ ପୁଟିନଙ୍କ ସହ ପୁଣି ଥରେ କଥା ହେବେ ବୋଲି ଜଣାପଡ଼ିଛି।

Comments are closed.