ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଟ୍ରେନ୍ ଦୁର୍ଘଟଣାସ୍ଥଳ ଯାଇ ସ୍ଥିତି ସମୀକ୍ଷା କରିବେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶା ଆସିବେ । ମୋଦୀ ପ୍ରଥମେ ବାଲେଶ୍ବର ଟ୍ରେନ୍ ଦୁର୍ଘଟଣାସ୍ଥଳ ଯିବେ ଓ ସେଠାରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ସମୀକ୍ଷା କରିବେ । ଏହାପରେ ସେ ବାଲେଶ୍ବର ଓ କଟକ ହସ୍ପିଟାଲ ଯାଇ ଆହତଙ୍କୁ ଭେଟିବେ ବୋଲି ଜଣାପଡ଼ିଛି ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଆଜି ଟ୍ରେନ୍ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବେ ବୋଲି ଜଣାପଡ଼ିଛି । ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସରେ ପଶ୍ଚିମବଙ୍ଗର ଅଧିକାଂଶ ଯାତ୍ରୀ ଥିଲେ ।

ଗତକାଲି ରାତିରେ ବାଲେଶ୍ବର ବାହାନଗା ନିକଟରେ ଘଟିଥିବା ଭୟଙ୍କର ଟ୍ରିପଲ୍ ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏଯାବତ୍ ମୃତ୍ୟୁସଂଖ୍ୟା ୨୮୮କୁ ବୃଦ୍ଧି ପାଇଥିବା ବେଳେ ଆହତଙ୍କ ସଂଖ୍ୟା ୧୦୦୦ ଟପିଛି ।

Comments are closed.