ନୂଆ ସଂସଦ ଭବନ ବୁଲି ଦେଖିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ବିଳମ୍ବିତ ରାତିରେ ନିର୍ମାଣାଧୀନ ନୂଆ ସଂସଦ ଭବନ କୋଠା ପରିଦର୍ଶନ କରିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ନୂଆ ସଂସଦର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କୁ ଭେଟିବା ସହ ନୂଆ କୋଠା ବୁଲି ଦେଖିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ପ୍ରାୟ ଘଣ୍ଟାଏ କାଳ ରହିଥିଲେ।

ସେଣ୍ଟ୍ରାଲ୍ ଭିସ୍ତା ପ୍ରୋଜେକ୍ଟ ଅଧୀନରେ ନୂଆ ସଂସଦ ନିର୍ମାଣ କାର୍ଯ୍ୟ ଚାଲିଛି । ଏହାର ନିର୍ମାଣରେ ପ୍ରାୟ ୯୭୧ କୋଟି ଟଙ୍କା ଖର୍ଚ୍ଚ ହେବ। ନୂଆ ସଂସଦ ଭବନରେ ୧୨୦୦ରୁ ଅଧିକ ସାଂସଦ ଏବଂ ସେମାନଙ୍କ ଷ୍ଟାଫ୍ ଏକାଠି ବସିପାରିବେ।

ରାଜପଥର ଉଭୟ ପାର୍ଶ୍ୱରେ ଥିବା ଅଞ୍ଚଳକୁ ସେଣ୍ଟ୍ରାଲ୍ ଭିସ୍ତା କୁହାଯାଏ । ଇଣ୍ଡିଆ ଗେଟ୍ ଠାରୁ ରାଷ୍ଟ୍ରପତି ଭବନ, ସଂସଦ, ନର୍ଥ ବ୍ଲକ, ସାଉଥ୍ ବ୍ଲକ୍, ଉପରାଷ୍ଟ୍ରପତିଙ୍କ ବାସଭବନ ମଧ୍ୟ ସେଣ୍ଟ୍ରାଲ୍ ଭିସ୍ତା ଅଧୀନରେ ଆସିଥାଏ।

Comments are closed.