ଆଜି ‘କର୍ତ୍ତବ୍ୟ ପଥ’ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର “କର୍ତ୍ତବ୍ୟ ପଥ” ର ଉଦଘାଟନ କରିବେ । ଏହା ସହ ଇଣ୍ଡିଆ ଗେଟରେ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ମଧ୍ୟ ଉନ୍ମୋଚନ କରିବେ।

ଉଲ୍ଲେଖଯୋଗ୍ୟ ଯେ, “ରାଜପଥ” ର ନାମ ବଦଳାଇ “କର୍ତ୍ତବ୍ୟ ପଥ” କରିବାକୁ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ବୁଧବାର ନୂଆଦିଲ୍ଲୀ ନଗର ପାଳିକା ପରିଷଦ (ଏନଡିଏମସି) ବୈଠକରେ ଗୃହୀତ ହୋଇଥିଲା । ବର୍ତ୍ତମାନ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଠାରୁ ଆରମ୍ଭ କରି ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳକୁ “କର୍ତ୍ତବ୍ୟ ପଥ” ​​କୁହାଯିବ।

ପିଏମଓ କହିଛି ଯେ ପୂର୍ବର “ରାଜପଥ” କ୍ଷମତାର ପ୍ରତୀକ ଥିଲା ଏବଂ ଏହାକୁ “କର୍ତ୍ତବ୍ୟ ପଥ” ଭାବେ ନାମକରଣ ପରିବର୍ତ୍ତନର ସଙ୍କେତ ଏବଂ ଏହା ମଧ୍ୟ ସର୍ବସାଧାରଣ ସ୍ଵତ୍ତ୍ଵ ଏବଂ ସଶକ୍ତିକରଣର ଏକ ଉଦାହରଣ।

Comments are closed.