ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍!

ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ୱିଟର ଆକାଉଣ୍ଟ୍ ହ୍ୟାକ୍ ହୋଇଛି । ହ୍ୟାକରମାନେ ପିଏମ ମୋଦିଙ୍କ ଟ୍ୱିଟର ଆକାଉଣ୍ଟକୁ ହ୍ୟାକ୍ କରିବା ସହ ବିଟକଏନ୍ ଉପରେ ଟ୍ବିଟ୍ କରିଛନ୍ତି ।ଏଥିରେ କୁହାଯାଇଥିଲା ଯେ ବିଟକଏନ୍ କୁ ଭାରତ ଆଇନଗତ ମାନ୍ୟତା ପ୍ରଦାନ କରିଛି। ଶନିବାର ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ ହୋଇଥିଲା।

ହ୍ୟାକ୍ ହେବା ପରେ କରାଯାଇଥିବା ପ୍ରଥମ ଟ୍ୱିଟ୍ କିଛି ମିନିଟ୍ ପରେ ଡିଲିଟ୍ କରାଯାଇଥିଲା ଏବଂ ପୁଣି ଥରେ ସମାନ ଟ୍ୱିଟର ପୁନରାବୃତ୍ତି ହୋଇଥିଲା | ପରେ ଏହି ଟ୍ୱିଟକୁ ମଧ୍ୟ ହଟାଇ ଦିଆଯାଇଥିଲା। ପିଏମ ମୋଦିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଥିବା ନେଇ ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ।

ପିଏମଓ ଦ୍ୱାରା କରାଯାଇଥିବା ଟ୍ୱିଟରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ କରାଯାଇଛି। ଟ୍ବିଟରକୁ ଏନେଇ ଅଭିଯୋଗ କରାଯାଇଛି ଏବଂ ଆକାଉଣ୍ଟକୁ ତୁରନ୍ତ ସୁରକ୍ଷିତ କରାଯାଇଛି |

Comments are closed.