ଏହି ସରକାରୀ ବ୍ୟାଙ୍କର ଋଣ ହେଲା ମହଙ୍ଗା, ଜାଣନ୍ତୁ କେତେ ବଢ଼ିଲା ସୁଧହାର

ନୂଆଦିଲ୍ଲୀ: ଦେଶର ବଡ଼ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମଧ୍ୟରୁ ଅନ୍ୟତମ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଏବଂ ବ୍ୟାଙ୍କ ଅଫ ଇଣ୍ଡିଆ (ବିଓଆଇ) ଋଣ ହାର ବୃଦ୍ଧି କରିଛନ୍ତି। ଏହି ଦୁଇଟି ବ୍ୟାଙ୍କ ମାର୍ଜିନାଲ୍ କଷ୍ଟ ଅଫ୍ ଲେଣ୍ଡିଂ ରେଟ୍ (ଏମସିଏଲ୍ଆର) ବଢ଼ାଇ ଦେଇଛନ୍ତି ।

ପିଏନବି ଏମସିଏଲ୍ଆର ରେଟ୍ ୧୦ ବେସିସ ପଏଣ୍ଟ ବଢ଼ାଇଥିବା ବେଳେ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହା ୫ ବେସିସ ପଏଣ୍ଟ ବୃଦ୍ଧି କରିଛି | ଏଥିସହ ଉଭୟ ବ୍ୟାଙ୍କର ଫ୍ଲୋଟିଂ ଋଣ ସୁଧ ହାର ବଢ଼ିଥିବା ବେଳେ ଆପଣଙ୍କର ଇଏମ୍ଆଇ ମଧ୍ୟ ବଢ଼ିବ । ବର୍ଦ୍ଧିତ ସୁଧ ହାର ଜୁନ୍ ୧ରୁ ଲାଗୁ ହେବ ।

ଏମସିଏଲ୍ଆର ରେଟ୍ କ’ଣ?

ଏମସିଏଲ୍ଆର ଅର୍ଥ ମାର୍ଜିନାଲ୍ କଷ୍ଟ ଅଫ୍ ଫଣ୍ଡସ୍ ବେସଡ୍ ଲେଣ୍ଡିଂ ରେଟ୍ । ଏକ ବ୍ୟାଙ୍କ ନିଜ ଧନରାଶିର ମୂଲ୍ୟ, ଏହାର ପରିଚାଳନାଗତ ବ୍ୟୟ ଏବଂ ଲାଭାଂଶ ଭଳି କିଛି ମାନଦଣ୍ଡ ଆଧାରରେ ନିଜ ସର୍ବନିମ୍ନ ସୁଧହାର ଧାର୍ଯ୍ୟ କରିଥାଏ । ଗୃହଋଣ ସମେତ ବିଭିନ୍ନ ଋଣ ଉପରେ ସୁଧ ହାର ସ୍ଥିର କରିବାକୁ ବ୍ୟାଙ୍କଗୁଡ଼ିକ ‘ଏମସିଏଲ୍ଆର’ର ବ୍ୟବହାର କରନ୍ତି |

Comments are closed.