ଧାର୍ମିକ ଭାବନାକୁ ଆଘାତ ଅଭିଯୋଗ, ରଣବୀର କପୁରଙ୍କ ବିରୋଧରେ ମାମଲା

ମୁମ୍ବାଇ: ଖ୍ରୀଷ୍ଟମାସ ପାଳନର ଏକ ଭିଡ଼ିଓ ଭାଇରାଲ ହେବା ପରେ ବଲିଉଡ ଅଭିନେତା ରଣବୀର କପୁର ଏବଂ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଧାର୍ମିକ ଭାବନାକୁ ଆଘାତ ନେଇ ପୋଲିସରେ ଅଭିଯୋଗ ହୋଇଛି।

ସଞ୍ଜୟ ତିୱାରୀ ନାମକ ଜଣେ ବ୍ଯକ୍ତି ରଣବୀର ଓ ତାଙ୍କ ପରିବାର ବିରୋଧରେ ମୁମ୍ବାଇ ଘାଟକୋପର ପୋଲିସ ଥାନାରେ ଲିଖିତ ଅଭିଯୋଗ କରିଛନ୍ତିି । ସେ ଏଥିରେ ଦାବି କରିଛନ୍ତିି ଯେ ଭାଇରାଲ୍ ଭିଡିଓରେ ଅଭିନେତା ରଣବୀର କପୁର କେକ୍ ଉପରେ ମଦ ଢ଼ାଳି ନିଆଁ ଲଗାଇବା ବେଳେ ‘ଜୟ ମାତା ଦୀ’ କହିଥିଲେ ।

ଅଭିଯୋଗରେ କୁହାଯାଇଛି ଯେ ହିନ୍ଦୁ ଧର୍ମରେ ଅନ୍ୟ ଦେବତାମାନଙ୍କ ଆବାହନ ପୂର୍ବରୁ ଅଗ୍ନି ଦେବତାଙ୍କୁ ଆବାହନ କରାଯାଇଥାଏ ‌। କିନ୍ତୁ କପୁର ଏବଂ ତାଙ୍କ ପରିବାର ସଦସ୍ୟ ଜାଣିଶୁଣି ଅନ୍ୟ ଧର୍ମର ପର୍ବ ପାଳନ ସମୟରେ ମଦ୍ୟପାନ କରି ‘ଜୟ ମାତା ଦୀ’ କହିଥିଲେ ।ଏହା ତାଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି ବୋଲି ଅଭିଯୋଗକାରୀ କହିଛନ୍ତି ।

ରଣବୀର କପୁରଙ୍କ ବିରୋଧରେ ପୋଲିସ ଏପର୍ଯ୍ୟନ୍ତ ଏତଲା ରୁଜୁ କରିନଥିବା ଜଣାପଡ଼ିଛି ।

Comments are closed.