ଫେବୃଆରୀ ୧୬ରେ ତ୍ରିପୁରା, ୨୭ରେ ନାଗାଲାଣ୍ଡ ଓ ମେଘାଳୟରେ ବିଧାନସଭା ନିର୍ବାଚନ; ମାର୍ଚ୍ଚ ୨ରେ ଫଳାଫଳ 

ନୂଆଦିଲ୍ଲୀ: ନାଗାଲାଣ୍ଡ, ମେଘାଳୟ ଏବଂ ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଆଜି ତାରିଖ ଘୋଷଣା କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ଏହି ତିନୋଟି ରାଜ୍ୟରେ ଗଣତନ୍ତ୍ରର ପର୍ବ ଆରମ୍ଭ ହୋଇଛି। ଏହି ତିନୋଟି ରାଜ୍ୟରେ ବିଧାନସଭା ୬୦ ଆସନ ବିଶିଷ୍ଟ ।

ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ଫେବୃଆରୀ ୧୬ରେ ତ୍ରିପୁରାରେ ମତଦାନ ଅନୁଷ୍ଠିତ ହେବ । ମେଘାଳୟ ଏବଂ ନାଗାଲାଣ୍ଡରେ ଫେବୃଆରୀ ୨୭ରେ ଭୋଟ୍ ଗ୍ରହଣ ହେବ । ଏହି ତିନି ରାଜ୍ୟର ଫଳାଫଳ ମାର୍ଚ୍ଚ ୨ରେ ପ୍ରକାଶ ପାଇବ ।

ଉଲ୍ଲେଖଯୋଗ୍ୟ ଯେ ନାଗାଲାଣ୍ଡରେ କୌଣସି ବିରୋଧୀ ନାହାଁନ୍ତି । ଏଠାରେ ସର୍ବଦଳୀୟ ସରକାର ରହିଥିବା ବେଳେ ତ୍ରିପୁରାରେ ବିଜେପିର ସରକାର ରହିଛି । ମେଘାଳୟରେ ମଧ୍ୟ ବିଜେପି ନେତୃତ୍ଵାଧୀନ ମେଣ୍ଟ ସରକାର ଅଛି।

Comments are closed.