କରୋନା ପଜିଟିଭ୍ ହେଲେ ଏହି ଲୋକପ୍ରିୟ ପପ୍ ଗାୟକ, ବନ୍ଦ ହେଲା ଶୋ’

ଲସ୍ ଆଞ୍ଜେଲସ୍: ଲୋକପ୍ରିୟ ପପ୍ ଷ୍ଟାର୍ ଜଷ୍ଟିନ ବିବର କରୋନା ପଜିଟିଭ୍ ହୋଇଛନ୍ତି । ଏଥିପାଇଁ ଲାସ୍ ଭେଗାସରେ ହେବାକୁ ଥିବା ତାଙ୍କ “ଜଷ୍ଟିସ୍ ୱାର୍ଲ୍ଡ ୱିଲ୍” ଇଭେଣ୍ଟକୁ ସ୍ଥଗିତ ରଖାଯାଇଛି। ଖବର ଅନୁଯାୟୀ, ବିବର ବ୍ୟତୀତ ତାଙ୍କ ଟ୍ରୁପର ଅନ୍ୟ ସଦସ୍ୟମାନେ ମଧ୍ୟ କୋଭିଡ୍ ସଂକ୍ରମିତ ହୋଇଛନ୍ତି।

୨୭ ବର୍ଷୀୟ ବିବର ରବିବାର ସନ୍ଧ୍ୟାରେ ଲାସ୍ ଭେଗାସ୍ ରେ ରିହାର୍ସଲ କରିବାର ଥିଲା। କିନ୍ତୁ ସୋ’କୁ କିଛି ମାସ ସ୍ଥଗିତ ରଖାଯାଇଛି | ଏବେ ଏହି କାର୍ଯ୍ୟକ୍ରମ ୨୮ ଜୁନ୍ ରେ ହେବ |

କାର୍ଯ୍ୟକ୍ରମର ଆୟୋଜକମାନେ ଶନିବାର ସନ୍ଧ୍ୟାରେ ଏହି ସୂଚନା ଦେଇଛନ୍ତି। ବିବୃତ୍ତିରେ କୁହାଯାଇଛି ଯେ ଦୁର୍ଭାଗ୍ୟବଶତ ଲାସ୍ ଭେଗାସରେ ରବିବାରର ଇଭେଣ୍ଟକୁ ସ୍ଥଗିତ ରଖିବାକୁ ବାଧ୍ୟ ହେଉଛୁ, କାରଣ ଜଷ୍ଟିସ୍ ଟୁର୍ ପରିବାରର ସଦସ୍ୟମାନେ ସଂକ୍ରମିତ ହୋଇଛନ୍ତି। ସୋ’ ସ୍ଥଗିତ ହେବା ଯୋଗୁଁ ଜଷ୍ଟିନ ବେଶ୍ ନିରାଶ ହୋଇଛନ୍ତି। କିନ୍ତୁ ତାଙ୍କର ପ୍ରଥମ ପ୍ରାଥମିକତା ହେଉଛି ତାଙ୍କ ଦଳର ସଦସ୍ୟ ଏବଂ ପ୍ରଶଂସକଙ୍କ ସ୍ୱାସ୍ଥ୍ୟ ଏବଂ ନିରାପତ୍ତା। “

Comments are closed.