ପ୍ରକାଶ ପାଦୁକୋନ୍ ପାଇବେ ବିଡବ୍ଲୁଏଫର ଲାଇଫଟାଇମ୍ ଆଚିଭମେଣ୍ଟ ପୁରସ୍କାର

ନୂଆଦିଲ୍ଲୀ: ଭାରତର କିମ୍ବଦନ୍ତୀ ବ୍ୟାଡମି ନ ଖେଳାଳି ପ୍ରକାଶ ପାଦୁକୋନଙ୍କୁ ଚଳିତ ବର୍ଷ ବିଶ୍ୱ ବ୍ୟାଡମି ନ ସଂଘ (ବିଡବ୍ଲୁଏଫ୍‌) ତରଫରୁ ଲାଇଫଟାଇମ୍ ଆଚିଭମେ ୍ ପୁରସ୍କାର ପ୍ରଦାନ କରାଯିବ । ପୁରସ୍କାର କମିଶନର ସୁପାରିସ କ୍ରମେ ଏହି ସମ୍ମାନ ପାଇଁ ପାଦୁକୋନଙ୍କୁ ମନୋନୀତ କରିଛି । ତା’ପୂର୍ବରୁ ଭାରତୀୟ ବ୍ୟାଡମିଣ୍ଟନ ସଂଘ (ବାଇ) ଏହି ପୁରସ୍କାର ପାଇଁ ପାଦୁକୋନଙ୍କ ନାମ ବିଡବ୍ଲୁଏଫକୁ ସୁପାରିସ କରିଥିଲା ।

ବିଶ୍ୱର ପୂର୍ବତନ ନମ୍ବର ୱାନ ଖେଳାଳି ପ୍ରକାଶ ପାଦୁକୋନ ପ୍ରଥମ ଭାରତୀୟ ଭାବେ ବିଶ୍ୱ ଚାମ୍ପିୟନସିପ ପଦକ ଜିତିଥିଲେ । ଭାରତୀୟ ବ୍ୟାଡମି ନ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ରହିଛି । ୨୦୧୮ରେ ବାଇ ପକ୍ଷରୁ ତାଙ୍କୁ ଲାଇଫଟାଇମ୍ ଆଚିଭମେ ପୁରସ୍କାର ଦିଆଯାଇଥିଲା ।

ବିଡବ୍ଲୁଏଫର ମେରିଟୋରିୟସ ସର୍ଭିସ୍ ଆୱାର୍ଡ ପାଇଁ ହରିୟାଣା ବ୍ୟାଡମି ନ ଆସୋସିଏସନର ସଭାପତି ଦେବେନ୍ଦ୍ର ସିଂ, ମହାରାଷ୍ଟ୍ର ବ୍ୟାଡମି ନ ସଂଘର ଏସ୍‌ଏ ସେଟ୍ଟି, ବାଇର ଉପସଭାପତି ଡଃ ଓଡି ଶର୍ମା ଓ ପୂର୍ବତନ ବାଇ ଉପସଭାପତି ମାନିକ ଶାହାଙ୍କୁ ମନୋନୀତ କରାଯାଇଛି । ଇଣ୍ଡିଆ ଓପନ୍ ବେଳେ ବିଜେତାଙ୍କୁ ବିଡବ୍ଲୁଏଫ୍ ପୁରସ୍କାର ପ୍ରଦାନ କରାଯିବ ।

Comments are closed.