ନୋବେଲ ଶାନ୍ତି ପୁରସ୍କାର ଦୌଡ଼ରେ ‘ଅଲ୍ଟ ନ୍ୟୁଜ’ର ସହ‌ ପ୍ରତିଷ୍ଠାତା ପ୍ରତୀକ ସିହ୍ନା, ମହମ୍ମଦ ଜୁବେର

ନୂଆଦିଲ୍ଲୀ: ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର କିଏ ପାଇବ ତାହା ଆସନ୍ତା ଶୁକ୍ରବାର ଘୋଷଣା କରାଯିବ। ଟାଇମ୍ ମାଗାଜିନ ୱେବସାଇଟର ଏକ ରିପୋର୍ଟ ଅନୁଯାୟୀ ଏହି ସମ୍ମାନଜନକ ପୁରସ୍କାର ଦୌଡ଼ରେ ଭାରତରୁ ଫ୍ୟାକ୍ଟ ଚେକିଂ ୱେବସାଇଟ୍ ‘ଅଲ୍ଟ ନ୍ୟୁଜ’ର ସହ‌ ପ୍ରତିଷ୍ଠାତା ପ୍ରତୀକ ସିହ୍ନା ଏବଂ ମହମ୍ମଦ ଜୁବେର ବି ଅଛନ୍ତି ।

ତିନିମାସ ତଳେ ଧାର୍ମିକ ଭାବନାକୁ ଆଘାତ ଅଭିଯୋଗରେ ମହମ୍ମଦ ଜୁବେରଙ୍କୁ ଗିରଫ କରାଯାଇଥିଲା।

ଡାଇନାମାଇଟ୍ ଏବଂ ସ୍ୱିଡେନର ରସାୟନ ବିଜ୍ଞାନୀ ଆଲଫ୍ରେଡ୍ ନୋବେଲ ୧୮୯୫ରେ ନୋବେଲ ଶାନ୍ତି ପୁରସ୍କାର ପ୍ରତିଷ୍ଠା କରିଥିଲେ । ମାନବ ଜାତିର କଲ୍ୟାଣ ପ୍ରତି ପାଇଁ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତିଙ୍କୁ ଏହି ପୁରସ୍କାର ଦିଆଯାଏ ।

ନରୱେ ସଂସଦ ଦ୍ବାରା ନିଯୁକ୍ତ ପାଞ୍ଚ ଜଣିଆ ନୋବେଲ କମିଟି ନୋବେଲ ଶାନ୍ତି ପୁରସ୍କାର ବିଜେତାଙ୍କୁ ମନୋନୀତ କରିଥାଏ ।

ରିପୋର୍ଟ ଅନୁଯାୟୀ, ଏଥର ପ୍ରତୀକ ସିହ୍ନା ଏବଂ ମହମ୍ମଦ ଜୁବେଦାଙ୍କ ବ୍ୟତୀତ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି, ବେଲାଋଷର ବିରୋଧୀଦଳ ନେତା ସ୍ବେତଲାନା ସିଚାନୋଭସ୍କାୟା, ବ୍ରିଟିଶ ପରିବେଶବିତ୍ ତଥା ସାମ୍ବାଦିକ ଡେଭିଡ ଆଟେନବୋରୋ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ପରିବେଶକର୍ମୀ ଗ୍ରେଟା ଥନବର୍ଗ, ପୋପ ଫ୍ରାନ୍ସିସ୍, ଟୁଭାଲୁର ବୈଦେଶିକ କାର୍ଯ୍ୟକାରୀ ମନ୍ତ୍ରୀ ସାଇମନ୍ କୋଫେ ଏବଂ ମିଆଁମାରର ନ୍ୟାସନାଲ ୟୁନିଟି ସରକାରଙ୍କୁ ସର୍ଟଲିଷ୍ଟ କରାଯାଇଛି ।

୨୦୨୧ରେ ମାରିଆ ରେସା ଏବଂ ଡିମିଟ୍ରି ମୁରାଟୋଭଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା | ବାକ୍ ସ୍ୱାଧୀନତାର ସୁରକ୍ଷା ଦିଗରେ ଉଦ୍ୟମ ପାଇଁ ଉଭୟଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।

ପୂର୍ବରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା, ପାଲେଷ୍ଟାଇନର ପୂର୍ବତନ ନେତା ୟାସିର ଆରାଫତ, ମିଆଁମାରର ସର୍ବୋଚ୍ଚ ନେତା ଅଙ୍ଗ ସାନ ସୁ କିଙ୍କୁ ମଧ୍ୟ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି ।

Comments are closed.