ଓଡ଼ିଶାବାସୀଙ୍କୁ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଉତ୍କଳ ଦିବସ ଅବସରରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଓ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଶା ସର୍ବଦା ବିଶ୍ୱକୁ ଶାନ୍ତି, ପ୍ରେମ ଏବଂ ଅହିଂସାର ବାର୍ତ୍ତା ଦେଇଛି ବୋଲି ରାଷ୍ଟ୍ରପତି କହିଛନ୍ତି।

ରାଷ୍ଟ୍ରପତି କୋବିନ୍ଦ ଟ୍ୱିଟ୍ କରି କହିଛନ୍ତି ଯେ ଓଡିଶା ଦିବସରେ ରାଜ୍ୟବାସୀଙ୍କୁ ମୋର ଶୁଭେଚ୍ଛା। ଜଗନ୍ନାଥ, ଲିଙ୍ଗରାଜ, କୋଣାର୍କ ମନ୍ଦିର ଏବଂ ଅନ୍ୟାନ୍ୟ ସମୃଦ୍ଧ ଐତିହ୍ୟର ମାଟି ଓଡ଼ିଶା ଶାନ୍ତି, ପ୍ରେମ ଏବଂ ହିଂସା ଠାରୁ ଦୂରେଇ ରହିବା ପାଇଁ ବିଶ୍ୱକୁ ବାର୍ତ୍ତା ଦେଇଥିଲା। ରାଜ୍ୟର ଉନ୍ନତି ପାଇଁ ମୋର ଶୁଭେଚ୍ଛା। ”

ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି କହିଛନ୍ତି, ଉତ୍କଳ ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା। ଭାରତର ବିକାଶରେ ଓଡିଶାର ଲୋକମାନେ ଏକ ମହତ୍ତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି। ସର୍ବଭାରତୀୟ ସ୍ତରରେ ଓଡିଆ ସଂସ୍କୃତି ପ୍ରଶଂସିତ ହୋଇଛି। ଭବିଷ୍ୟତରେ ନିରନ୍ତର ବିକାଶ ପାଇଁ ମୁଁ ଓଡିଶାର କାମନା କରୁଛି ବୋଲି ସେ କହିଛନ୍ତି।

ଏପ୍ରିଲ୍ ୧, ୧୯୩୬ ରେ ଭାରତର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା।

Comments are closed.