ଦୀପାବଳି ଅବସରରେ ଦେଶବାସୀଙ୍କ ସୁଖ, ସମୃଦ୍ଧି କାମନା କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଆଲୋକର ପର୍ବ ଦୀପାବଳି। ଏଥିପାଇଁ ସମଗ୍ର ଦେଶ ଉତ୍ସବମୁଖର | ଦୁଇ ବର୍ଷ କରୋନା କଟକଣା ପରେ ଏଥର ଦୀପାବଳିକୁ ଦେଶବାସୀ ଧୁମଧାମରେ ପାଳନ କରୁଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି ଦୀପାବଳି ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, “ଆପଣ ସମସ୍ତଙ୍କୁ ଦୀପାବଳିର ଅନେକ ଶୁଭେଚ୍ଛା। ଏହି ଆଲୋକର ପର୍ବ ସମସ୍ତଙ୍କ ଜୀବନରେ ସୁଖ ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଣୁ। ସମସ୍ତେ ନିଜ ପରିବାର ଏବଂ ସାଙ୍ଗମାନଙ୍କ ସହିତ ଏକ ଚମତ୍କାର ଦିପାବଳୀ ପାଳନ କରିବେ ବୋଲି ଆଶା। ଏହି ଉତ୍ସବରେ ମା ଲକ୍ଷ୍ମୀ, ଦେବୀ ସରସ୍ୱତୀ, କୁବେର ଏବଂ କାଳୀ ମାଙ୍କୁ ପୂଜା କରାଯାଏ |

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଦେଶବାସୀଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, “ସମସ୍ତ ଦେଶବାସୀଙ୍କୁ ଦୀପାବଳିର ଅନେକ ଶୁଭେଚ୍ଛା । ଆଲୋକ ଏବଂ ଉତ୍ସାହର ଏହି ପବିତ୍ର ପର୍ବରେ ଜ୍ଞାନ ଏବଂ ଶକ୍ତିର ପ୍ରଦୀପ ପ୍ରଜ୍ୱଳିତ କରି ଅସହାୟ ଲୋକଙ୍କ ଜୀବନରେ ସୁଖ ଆଣିବାକୁ ଚେଷ୍ଟା କରିବା।” ସେ ସମସ୍ତ ଦେଶବାସୀଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧି କାମନା କରିଥିଲେ।

Comments are closed.