ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ପବିତ୍ର ରଥଯାତ୍ରା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ରାଷ୍ଟ୍ରପତି ଟୁଇଟ୍ କରି ଦେଶବାସୀ, ବିଶେଷକରି ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ପବିତ୍ର ଯାତ୍ରା ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରି ଦେଉ ବୋଲି ରାଷ୍ଟ୍ରପତି କହିଛନ୍ତି । ରାଷ୍ଟ୍ରପତି ମଧ୍ୟ ଦିଲ୍ଲୀର ହାଉଜ ଖାସରେ ଥିବା ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି କହିଛନ୍ତି, ରଥ ଯାତ୍ରାରେ ସମସ୍ତଙ୍କୁ ଅଭିନନ୍ଦନ। ପ୍ରଭୁ ଜଗନ୍ନାଥଙ୍କ ଭବ୍ୟ ଯାତ୍ରା ଆମ ଜୀବନକୁ ସ୍ୱାସ୍ଥ୍ୟ, ସୁଖ ଏବଂ ଆଧ୍ୟାତ୍ମିକ ସମୃଦ୍ଧିରେ ଭରି ଦେଉ |

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ମଧ୍ୟ ଘୋଷଯାତ୍ରା ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏହାପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅହମ୍ମଦାବାଦର ଜଗନ୍ନାଥ ମନ୍ଦିରରେ ମଙ୍ଗଳା ଆଳତୀ କରିଥିଲେ। ସେ ଭୋର୍ ୪ଟାରେ ଜମାଲପୁର ଅଞ୍ଚଳରେ ରଥ ଯାତ୍ରା ପୂର୍ବରୁ ଜଗନ୍ନାଥ ମନ୍ଦିରରେ ‘ମଙ୍ଗଳା ଆଳତୀ’ରେ ଯୋଗ ଦେଇଥିଲେ। ଶାହ ମନ୍ଦିରରେ ମଧ୍ୟ ପୂଜା କରିଥିଲେ।

Comments are closed.