ଆଜି ରାଷ୍ଟ୍ରପତି ନିର୍ବାଚନ: ସଂଖ୍ୟା ଦୃଷ୍ଟିରୁ ଯଶଓ୍ବନ୍ତ ସିହ୍ନାଙ୍କ ଠାରୁ ବହୁ ଆଗରେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ:ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ଭୋଟ୍ ଗ୍ରହଣ ହେବ । ସଂସଦ ଏବଂ ବିଭିନ୍ନ ରାଜ୍ୟର ବିଧାନସଭାରେ ​​ଭୋଟ୍ ଗ୍ରହଣ କରାଯିବ। ରାଷ୍ଟ୍ରପତି ନିର୍ବାଚନରେ ​​ଶାସକ ଏନଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଲଢେ଼ଇ ବିରୋଧୀଦଳ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କ ସହ ହେବ।

ବର୍ତ୍ତମାନ ପର୍ଯ୍ୟନ୍ତ ରାଷ୍ଟ୍ରପତି ନିର୍ବାଚନରେ ସାଧାରଣତଃ ​​ଶାସକ ଦଳର ପଲା ଭାରି ରହିଛି। ଏହି ନିର୍ବାଚନରେ ​​ମଧ୍ୟ ଅନେକ ବିରୋଧୀ ଦଳ ଦ୍ରପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଛନ୍ତି । ଯାହା ଫଳରେ ବିଜୟ ପାଇଁ ତାଙ୍କୁ ସହଜରେ ଦୁଇ ତୃତୀୟାଂଶ ଭୋଟ୍ ମିଳିବ ବୋଲି ଆଶା କରାଯାଉଛି ‌।

ରାଷ୍ଟ୍ରପତି ନିର୍ବାଚନରେ ​​ସଂସଦର ଉଭୟ ଗୃହ, ରାଜ୍ୟ ବିଧାନସଭା, ଦିଲ୍ଲୀର ଜାତୀୟ ରାଜଧାନୀ ଅଞ୍ଚଳ ଏବଂ ପୁଡୁଚେରୀର କେନ୍ଦ୍ର ଶାସିତ ଅଞ୍ଚଳ ନିର୍ବାଚିତ ସଦସ୍ୟମାନେ ଭୋଟ୍ ଦେବେ।

ଦେଶର ୧୫ ତମ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଜୁଲାଇ ୨୧ରେ ଘୋଷଣା କରାଯିବ।

ଯଦି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୁଅନ୍ତି, ତେବେ ସେ ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ହେବେ। ଏଥିସହ ସେ ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବେ।

ରାଷ୍ଟ୍ରପତି ନିର୍ବାଚନ ପରେ ଉପରାଷ୍ଟ୍ରପତି ମଧ୍ୟ ନିର୍ବାଚିତ ହେବେ। ଉପରାଷ୍ଟ୍ରପତି ପଦ ପାଇଁ ଭୋଟ୍ ଅଗଷ୍ଟ ୬ରେ ଅନୁଷ୍ଠିତ ହେବ।

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ମନୋନୀତ କରିଥିବାବେଳେ ମାର୍ଗେଟ୍ ଅଲଭା ବିରୋଧୀ ପ୍ରାର୍ଥୀ ହୋଇଛନ୍ତି।

Comments are closed.