ପୁଲିଜର ପୁରସ୍କାର ବିଜେତା ଫଟୋ ସାମ୍ବାଦିକାଙ୍କୁ ବିଦେଶ ଯିବାରୁ ରୋକାଯାଇଥିବା ଅଭିଯୋଗ

ନୂଆଦିଲ୍ଲୀ: ତାଙ୍କୁ ପୁଣି ଥରେ ବିଦେଶ ଯିବାରୁ ରୋକାଯାଇଛି ବୋଲି ପୁଲିଜର ପୁରସ୍କାର ବିଜେତା ତଥା କାଶ୍ମୀରୀ ଫଟୋ ସାମ୍ବାଦିକା ସାନା ଇରଶାଦ ମତ୍ତୁ ଅଭିଯୋଗ କରିଛନ୍ତି ।

ଅନେକ ଟୁଇଟ୍‌ କରି ସାନା ଇରଶାଦ ମତ୍ତୁ ଦାବି କରିଛନ୍ତି ଯେ ସେ ପୁଲିଜର ପୁରସ୍କାର ଗ୍ରହଣ କରିବାକୁ ନ୍ୟୁୟର୍କ ଯାଉଥିଲେ, କିନ୍ତୁ ଦିଲ୍ଲୀ ବିମାନ ବନ୍ଦରରେ ଇମିଗ୍ରେସନ ଅଧିକାରୀ ତାଙ୍କୁ ଅଟକାଇ ଥିଲେ।

ମତ୍ତୁ କହିଛନ୍ତି ଯେ ବୈଧ ଆମେରିକୀୟ ଭିସା ଏବଂ ଟିକେଟ୍ ଥିବା ସତ୍ତ୍ ତାଙ୍କୁ ଅନ୍ତର୍ଜାତୀୟ ସ୍ତରରେ ଯାତ୍ରା କରିବାକୁ ରୋକା ଯାଇଛି।

ସାନା ଇରଶାଦ ମତ୍ତୁଙ୍କ କହିବା ଅନୁଯାୟୀ, ” ଦ୍ବିତୀୟ ଥର ମୋତେ ବିନା କାରଣରେ ବିଦେଶ ଯାତ୍ରା କରିବାରୁ ରୋକାଯାଇଛି। କିଛି ମାସ ତଳେ ତାଙ୍କ ସହ ଘଟିଥିବା ଏପରି ଏକ ଘଟଣା ସମ୍ପର୍କରେ ଅନେକ ଅଧିକାରୀଙ୍କ ସହ ଯୋଗାଯୋଗ କରିବା ସତ୍ତ୍ଵେ ତାଙ୍କୁ କୌଣସି ଉତ୍ତର ମିଳିନଥିଲା । ପୁଲିଜର ପୁରସ୍କାର ବିତରଣ ଉତ୍ସବରେ ଯୋଗଦେବା ତାଙ୍କ ଜୀବନର ସବୁଠାରୁ ବଡ଼ ମୁହୂର୍ତ୍ତ ହୋଇଥାନ୍ତା ବୋଲି ସେ କହିଛନ୍ତି ।

ଚଳିତ ବର୍ଷ ମେ ମାସରେ ସାନା ଇରଶାଦ ମତ୍ତୁଙ୍କୁ କରୋନା ସମୟର ଫଟୋଗ୍ରାଫି ପାଇଁ ପୁଲିଜର ପୁରସ୍କାର ପ୍ରଦାନ କରାଯାଇଥିଲା |

ସନା ଇରଶାଦ ମତ୍ତୁ ଶ୍ରୀନଗରର ବାସିନ୍ଦା | ସେ ଦକ୍ଷିଣ କାଶ୍ମୀରର ଅନନ୍ତନାଗରେ ଫଟୋଗ୍ରାଫି କରିଥିଲେ। ସାନା ଇରଶାଦ ୨୦୧୮ ରୁ ଜାମ୍ମୁ କାଶ୍ମୀରରେ ଫ୍ରିଲାନ୍ସିଂ ଫଟୋଗ୍ରାଫି କରୁଛନ୍ତି।

Comments are closed.