ଦୁଇଟି ଯାକ ଆସନରେ ହାରିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନି

ଚଣ୍ଡିଗଡ଼: ପଞ୍ଜାବର ଅଧିକାଂଶ ଆସନରେ ଆମ୍ ଆଦମୀ ପାର୍ଟି ଆଗୁଆ ରହିଛି ଏବଂ ଏହାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗବନ୍ତ ସିଂ ମାନ୍ ମଧ୍ୟ ଧୁରୀ ଆସନରୁ ଜିତିଛନ୍ତି। ଅନ୍ୟପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ ସିଏମ୍ ଚରଣଜିତ୍ ସିଂ ଚନ୍ନି ଉଭୟ ଆସନରୁ ହାରିଯାଇଛନ୍ତି। ସେ ଚାମକୌର ସାହିବ ଓ ବାହାଦୁର ଆସନରୁ ଲଢ଼ୁଥିଲେ । କିନ୍ତୁ ଉଭୟ ସିଟ୍ ରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଛି । ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ମଧ୍ୟ ତାଙ୍କ ଗଡ଼ କୁହାଯାଉଥିବା ଅମୃତସର ଇଷ୍ଟରୁ ହାରିଛନ୍ତି ।

ସେପଟେ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ଲମ୍ବି ଆସନରୁ ଆପ୍ ର ଗୁରୁମିତ ଖୁଦିଆନଙ୍କ ଠାରୁ ୧୧,୩୫୭ ଭୋଟରେ ହାରିଛନ୍ତି | ପଞ୍ଜାବରେ ୧୧୭ ଟି ଆସନ ମଧ୍ୟରୁ ଆମ୍ ଆଦମୀ ପାର୍ଟି ୧୦୦ ଆସନରେ ଅଗ୍ରଣୀ ହାସଲ କରି କ୍ଲିନ୍ ସୁଇପ୍ କରିବାକୁ ଯାଉଛି।

Comments are closed.