ଓମିକ୍ରନ ଭୟ ମଧ୍ୟରେ ପଞ୍ଜାବ ସରକାରଙ୍କ କଡ଼ା ନିଷ୍ପତ୍ତି, ଟିକା ସାର୍ଟିଫିକେଟ ନ ଦେଖାଇଲେ ମିଳିବନି ଦରମା

ନୂଆଦିଲ୍ଲୀ: କରୋନାର ତୃତୀୟ ଲହର ଓ ଓମିକ୍ରନ ଭୟକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ କଡ଼ା ନିୟମ ଜାରି କରିଛନ୍ତି । ଏଣିକି ସରକାରୀ କର୍ମଚାରୀଙ୍କୁ ଟିକାକରଣ ସାର୍ଟିଫିକେଟ ଦେଖାଇବାକୁ ପଡ଼ିବ ନଚେତ୍ ସେମାନଙ୍କୁ ଦରମା ମିଳିବ ନାହିଁ । ପଞ୍ଜାବ ସରକାର କହିଛନ୍ତି ଯେ ଟିକା ସାର୍ଟିଫିକେଟ ଦାଖଲ ନକରିବା ପର୍ଯ୍ୟନ୍ତ ଏହାର କର୍ମଚାରୀଙ୍କୁ ଦରମା ଦିଆଯିବ ନାହିଁ।

ପଞ୍ଜାବ ସରକାରଙ୍କ ମାନବ ସମ୍ବଳ ପୋର୍ଟାଲରେ ନିଜର ସମ୍ପୂର୍ଣ୍ଣ କିମ୍ବା ପ୍ରୋଭିଜନାଲ ଟିକା ସାର୍ଟିଫିକେଟ ନମ୍ବର ପଞ୍ଜିକରଣ କରିବାକୁ ରାଜ୍ୟ ସରକାର କର୍ମଚାରୀମାନଙ୍କୁ କହିଛନ୍ତି। ଯଦି କୌଣସି କର୍ମଚାରୀ ଏହା ନକରନ୍ତି, ତେବେ ତାଙ୍କୁ ଦରମା ଦିଆଯିବ ନାହିଁ |

ଅଧିକରୁ ଅଧିକ କର୍ମଚାରୀଙ୍କୁ ଟିକା ନେବା ପାଇଁ ଉତ୍ସାହିତ କରିବାକୁ ପଞ୍ଜାବ ସରକାର ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ଏହି ଆଦେଶ ଏପରି ଏକ ସମୟରେ ଜାରି କରାଯାଇଛି ଯେତେବେଳେ କରୋନାର ନୂଆ ରୂପ ଓମିକ୍ରନ୍ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଛି ।

Comments are closed.