ମୁସେୱାଲା ହତ୍ୟାକାଣ୍ଡ ପରେ ପଞ୍ଜାବ ସରକାରଙ୍କ ୟୁ-ଟର୍ଣ୍ଣ, ୪୨୦ ଭିଭିଆଇପିଙ୍କୁ ପୁଣି ଦିଆଯିବ ସୁରକ୍ଷା

ଚଣ୍ଡିଗଡ଼: ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ପଞ୍ଜାବର ଭଗଓ୍ବନ୍ତ ମାନ ସରକାର ଭିଭିଆଇପି ସୁରକ୍ଷା ପ୍ରସଙ୍ଗରେ ୟୁ-ଟର୍ଣ୍ଣ ନେଇଛନ୍ତି। ମୁସେୱାଲା ହତ୍ୟାକାଣ୍ଡ ପରେ ବ୍ୟାକଫୁଟରେ ଥିବା ଆମ୍ ଆଦମୀ ପାର୍ଟି ସରକାର ୪୨୦ ଭିଭିଆଇପି ପୁଣି ସୁରକ୍ଷା ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି।

ଗତ ଶନିବାର ମାନ୍ ସରକାର ୪୨୪ ଜଣଙ୍କ ସୁରକ୍ଷା ହଟାଇ ଦେଇଥିଲେ। ଯେଉଁ ମାନଙ୍କର ସୁରକ୍ଷା ପ୍ରତ୍ୟାହାର କରାଯାଇଥିଲା, ସେମାନଙ୍କ ନାମ ତାଲିକା ସାର୍ବଜନୀନ କରିବା ନେଇ ମାନ୍ ସରକାରକୁ ବିରୋଧୀ ସମାଲୋଚନା କରିଥିଲେ । ପରଦିନ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ତାଙ୍କ ଗାଁ ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା।

ଏଥର ସରକାର ନିଜ ଭୁଲରୁ ଶିକ୍ଷା ଗ୍ରହଣ କରିବା ସହ ଅତ୍ୟନ୍ତ ଯତ୍ନବାନ ହୋଇଛନ୍ତି । ଯେଉଁମାନଙ୍କୁ ପୁଣି ସୁରକ୍ଷା ଯୋଗାଇ ଦିଆଯିବ, ସେମାନଙ୍କ ନାମ ରାଜ୍ୟ ସରକାର ସାର୍ବଜନୀନ କରିନାହାଁନ୍ତି। ଭିଭିଆଇପିର ସୁରକ୍ଷା ସହ ଜଡିତ ବିସ୍ତୃତ ରିପୋର୍ଟ ମଧ୍ୟ ସରକାର ପୋଲିସ ବିଭାଗକୁ ତଲବ କରିଛନ୍ତି ।

ବିଭାଗୀୟ ସୂତ୍ର ଅନୁଯାୟୀ, ପଞ୍ଜାବ ସରକାର ପ୍ରତି ମାସରେ ସୁରକ୍ଷା ଯୋଗାଇ ଦିଆଯାଉଥିବା ସେହି ସମସ୍ତ ଭିଭିଆଇପିଙ୍କ ସୁରକ୍ଷା କଭର ସମୀକ୍ଷା କରିବେ। ଏଥିସହ ରାଜ୍ୟର ଯେଉଁ ସବୁ ଭିଭିଆଇପି ତୁରନ୍ତ ସୁରକ୍ଷା କଭର ଲୋଡ଼ିଛନ୍ତି, ସେମାନଙ୍କୁ ତୁରନ୍ତ ତାହା ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.