କୁମାର ବିଶ୍ୱାସଙ୍କ ଘରେ ପଞ୍ଜାବ ପୋଲିସ

ନୂଆଦିଲ୍ଲୀ: ଜଣାଶୁଣା କବି କୁମାର ବିଶ୍ୱାସ ଏକଦା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଘନିଷ୍ଠ ବନ୍ଧୁ ଥିଲେ। କିନ୍ତୁ ବର୍ତ୍ତମାନ ଦୁହିଁଙ୍କ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ଆଜି ହଠାତ୍ ପଞ୍ଜାବ ପୋଲିସ କୁମାରଙ୍କ ଘରେ ପହଞ୍ଚିଥିଲା। କୁମାର ବିଶ୍ବାସ ନିଜେ ଟ୍ବିଟରରେ ଏହାର ଏକ ଫଟୋ ସେୟାର କରିଛନ୍ତି ସୂଚନା ଦେଇଛନ୍ତି । କେଉଁ ମାମଲାରେ ପଞ୍ଜାବ ପୋଲିସ ତାଙ୍କ ଘରକୁ ଆସିଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଏନେଇ ବିଶ୍ୱାସ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କୁ ଚେତାବନୀ ଦେବା ସହ କେଜ୍ରିୱାଲଙ୍କୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି ।

କୁମାର ବିଶ୍ୱାସ ଟ୍ବିଟ୍ କରି କହିଛନ୍ତି, ‘ସକାଳେ ପଞ୍ଜାବ ପୋଲିସ ମୋ ଘରେ ହାଜର ହୋଇଛନ୍ତି। ଏକଦା ମୋ ଦ୍ବାରା ଦଳରେ ସାମିଲ ହୋଇଥିବା ଭଗଓ୍ବନ୍ତ ମାନଙ୍କୁ ସହ ମୁଁ ଚେତାବନୀ ଦେଉଛି ଯେ ତୁମେ ଦିଲ୍ଲୀରେ ବସିଥିବା ବ୍ୟକ୍ତିଙ୍କୁ ପଞ୍ଜାବର ଲୋକ ଦେଇଥିବା କ୍ଷମତା ସହିତ ଖେଳିବାକୁ ଦେଉଛ, ସିଏ ଦିନେ ତୁମକୁ ଏବଂ ପଞ୍ଜାବକୁ ମଧ୍ୟ ଧୋକ୍କା ଦେବ। ଦେଶ ମୋର ଏହି ଚେତାବନୀକୁ ମନେ ରଖିବା ଉଚିତ୍ |”

ଉଲ୍ଲେଖଯୋଗ୍ୟ, ପଞ୍ଜାବ ନିର୍ବାଚନ ସମୟରେ କୁମାର ବିଶ୍ୱାସଙ୍କ ମନ୍ତବ୍ୟ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ଖଲିସ୍ତାନୀ ଆତଙ୍କବାଦୀଙ୍କ ସହ ଅରବିନ୍ଦ କେଜ୍ରିୱାଲଙ୍କ ସମ୍ପର୍କ ରହିଛି ବୋଲି ବିଶ୍ବାସ ଅଭିଯୋଗ କରିଥିଲେ । କୁମାର କହିଥିଲେ ଯେ କେଜ୍ରିୱାଲ ତାଙ୍କୁ ଥରେ କହିଥିଲେ ଯେ ଦିନେ ସେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବେ ଅବା ଏକ ସ୍ବାଧୀନ ରାଷ୍ଟ୍ର(ଖଲିସ୍ତାନ)ର ପ୍ରଥମ ପ୍ରଧାନମନ୍ତ୍ରୀ ହେବେ । କୁମାର ବିଶ୍ୱାସ ଙ୍କ ଏହି ବୟାନକୁ ନେଇ ହଙ୍ଗାମା ସୃଷ୍ଟି ହୋଇଥିଲା । ନିର୍ବାଚନ ଆୟୋଗ କୁମାର ବିଶ୍ବାସଙ୍କ ଉକ୍ତ ଭିଡିଓ ବୟାନ ଉପରେ କଟକଣା ଲଗାଇଥିଲା। ତେବେ ଏହି ବିବାଦ ପରେ କେନ୍ଦ୍ର ସରକାର କୁମାର ବିଶ୍ବାସଙ୍କୁ ‘ଓ୍ବାଇ” କାଟେଗୋରି ସୁରକ୍ଷା ମଧ୍ୟ ଦେଇଥିଲେ।

Comments are closed.