ପଞ୍ଜାବୀ ଗାୟକ ଓ କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କୁ ଗୁଳିକରି ହତ୍ୟା

ଚଣ୍ଡିଗଡ଼: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୂଚନାନୁସାରେ, ମାନସର୍ ଜବାହରପୁର ଗାଁରେ ତାଙ୍କ ଉପରକୁ କିଛି ଅଜ୍ଞାତ ବ୍ୟକ୍ତି ଗୁଳିମାଡ଼ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୁସେୱାଲା କଂଗ୍ରେସ ଟିକେଟରେ ଗତ ବିଧାନସଭା ନିର୍ବାଚନ ମଧ୍ୟ ଲଢ଼ିଥିଲେ ।

ସିଦ୍ଧୁ ମୁସେୱାଲା ଅନେକ ବିବାଦ ସହିତ ମଧ୍ୟ ଜଡିତ ଥିଲେ | ଦିନକ ତଳେ ସିଦ୍ଧୁ ମୁସେୱାଲାଙ୍କ ସୁରକ୍ଷା ପଞ୍ଜାବ ସରକାର ପ୍ରତ୍ୟାହାର କରିଦେଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ତିନିଜଣ ଅଜ୍ଞାତ ଆକ୍ରମଣକାରୀ ଆସି ସିଦ୍ଧୁଙ୍କ ଉପରେ ଗୁଳିମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

Comments are closed.