ଫେବ୍ରୁଆରୀ ପହିଲାରୁ ପୁଣି ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର

ପୁରୀ-ଆସନ୍ତାମାସ ୧ ତାରିଖରୁ କୋଭିଡ କଟକଣା ମଧ୍ୟରେ ପୁଣି ସର୍ବସାଧାରଣଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କ ନେତୃତ୍ୱରେ ବସିଥିବା ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ପୂର୍ବପରି ପ୍ରତି ରବିବାର ବନ୍ଦ ରହିବ ଶ୍ରୀମନ୍ଦିର ଓ ପଶ୍ଚିମ ଦ୍ୱାର ଦେଇ ପୁରୀ ସହରବାସୀ ମନ୍ଦିରରେ ପ୍ରବେଶ କରିପାରିବେ । ଅନ୍ୟ ଶ୍ରଦ୍ଧାଳୁମାନେ ପୂର୍ବ ଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ଯିବେ ।

କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଏହି ମାସ ଦ୍ୱିତୀୟ ସପ୍ତାହରୁ ୩୧ ତାରିଖ ଯାଏଁ ଶ୍ରୀମନ୍ଦିର ସର୍ବସାଧାରଣଙ୍କ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । ତେବେ ରାଜ୍ୟରେ ଏବେ କୋରୋନା ସଂକ୍ରମଣ ହ୍ରାସ ପାଇଛି । ପୁରୀ ସହରରେ ମଧ୍ୟ ସଂକ୍ରମଣ କମିଛି । ତେଣୁ ଶ୍ରୀମନ୍ଦିର ପୁଣି ଭକ୍ତଙ୍କ ପାଇଁ ଖୋଲାଯିବାକୁ ନିଷ୍ପତ୍ତି ହୋଇଛି ।

Comments are closed.