ୟୁକ୍ରେନ ସହ ଯୁଦ୍ଧ ଶେଷ କରିବା ନେଇ ପୁଟିନଙ୍କ ସଙ୍କେତ

ମସ୍କୋ: ରୁଷକୁ ଦୁର୍ବଳ କରିବା ପାଇଁ ଆମେରିକା ୟୁକ୍ରେନକୁ ଯୁଦ୍ଧକ୍ଷେତ୍ର ଭାବରେ ବ୍ୟବହାର କରୁଛି ବୋଲି ଭ୍ଲାଦିମର ପୁଟିନ ଅଭିଯୋଗ କରିଛନ୍ତି। ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ପୁଟିନ୍ ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧ ଶୀଘ୍ର ଶେଷ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ।

ଭ୍ଲାଦିମିର ପୁଟିନ ଗଣମାଧ୍ୟମକୁ କହିଛନ୍ତି, “ଆମର ଲକ୍ଷ୍ୟ ଏହି ସଂଘର୍ଷକୁ ଶେଷ କରିବା … ଆମେ ଏଥିପାଇଁ କଠିନ ପରିଶ୍ରମ କରୁଛୁ … ଏହା ଯେତେ ଶୀଘ୍ର ଶେଷ ହେବ, ଭଲ ହେବ।”

ପୁଟିନ କହିଛନ୍ତି, ଆଲୋଚନା ମାଧ୍ୟମରେ ସମସ୍ତ ବିବାଦ ଶେଷ ହୁଏ … ଆମର ବିରୋଧୀମାନେ (ୟୁକ୍ରେନରେ) ଯେତେ ଶୀଘ୍ର ଏହା ହୃଦୟଙ୍ଗମ କରିବେ ସେତେ ଭଲ … ”

ଏହି ସମୟରେ, ରୁଷର ସେନା ମୁଖ୍ୟ କହିଛନ୍ତି ଯେ ସେମାନଙ୍କ ସେନା ବର୍ତ୍ତମାନ ପୂର୍ବ ଡୋନେସ୍କ ଅଞ୍ଚଳ ନିୟନ୍ତ୍ରଣକୁ ଫେରାଇ ଆଣିବା ଉପରେ ଧ୍ୟାନ ଦେଉଛି ଯେଉଁଠାରେ ବାଖମୁଟ ସହର ଯୁଦ୍ଧର କେନ୍ଦ୍ର ପାଲଟିଛି।

ଅନ୍ୟପକ୍ଷରେ, ମସ୍କୋର ଅଧିକାରୀମାନେ ଗତ ମାସରେ କହିଥିଲେ ଯେ ସେମାନେ ୟୁକ୍ରେନ ସହ କଥାବାର୍ତ୍ତାକୁ ମନା କରୁ ନାହାଁନ୍ତି । କଥାବାର୍ତ୍ତା ପାଇଁ କୂଟନୈତିକ ରାସ୍ତା ବନ୍ଦ ପାଇଁ ସେମାନେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଦାୟୀ କରିଥିଲେ ।

ୟୁକ୍ରେନର ରାଷ୍ଟ୍ରପତି ବର୍ତ୍ତମାନ ଆମେରିକାର ଏକ ଐତିହାସିକ ଗସ୍ତରୁ ଫେରିଛନ୍ତି, ଯେଉଁଠାରେ ସେ ଆମେରିକା କଂଗ୍ରେସକୁ କହିଥିଲେ ଯେ ତାଙ୍କ ଦେଶ “ଜୀବିତ ଓ ସକ୍ରିୟ ମଧ୍ୟ ରହିଛି …” ଏବଂ ଏହାକୁ ସମର୍ଥନ କରିବା ବିଶ୍ୱ ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ।

Comments are closed.