ତୁର୍କୀ, ସିରିଆରେ ଭୂମିକମ୍ପ ଜନିତ ମୃତ୍ୟୁ ସଂଖ୍ୟା ୫୦ ହଜାର ଟପିଲା

ଅଙ୍କାରା: ଚଳିତ ମାସ ଆରମ୍ଭରେ ତୁର୍କୀ ଏବଂ ସିରିଆରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୫୦,୦୦୦ ଟପିଛି । କେବଳ ତୁର୍କୀରେ ହିଁ ୪୪,୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ସିରିଆରେ ୬,୦୦୦ ରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଛି ।

ସୂଚନା ଅନୁଯାୟୀ ତୁର୍କୀରେ ଭୂକମ୍ପ ଯୋଗୁଁ ଏକ ଲକ୍ଷ ୬୦ ହଜାରରୁ ଅଧିକ ଘର ଭାଙ୍ଗିଛି । ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ପାଞ୍ଚ ଲକ୍ଷରୁ ଅଧିକ ଲୋକ ବାସହରା ହୋଇଯାଇଛନ୍ତି ।

ଫେବୃଆରୀ ୬ ତାରିଖ ସକାଳେ ତୁର୍କୀ ଏବଂ ସିରିଆରେ ଦୁଇଟି ଶକ୍ତିଶାଳୀ ଭୂକମ୍ପ ହୋଇଥିଲା।

Comments are closed.