ଗୋଖାଦ୍ୟ ଦୁର୍ନୀତି ମାମଲା: ଲାଲୁଙ୍କ ସମେତ ୩୮ ଦୋଷୀଙ୍କ ବିରୋଧରେ ଆଜି ହେବ ଦଣ୍ଡବିଧାନ

ରାଞ୍ଚି: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପାଇଁ ଆଜି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜି ରାଞ୍ଚିର ସ୍ୱତନ୍ତ୍ର ସିବିଆଇ କୋର୍ଟ ଡୋରାଣ୍ଡା ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦଣ୍ଡାଦେଶ ଶୁଣାଇବେ। ଫେବୃଆରୀ ୧୫ରେ କୋର୍ଟ ଏହି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।ଗୋଖାଦ୍ୟ ଦୁର୍ନୀତିର ଏହି ପଞ୍ଚମ ମାମଲା ପୂର୍ବରୁ ଲାଲୁ ଯାଦବଙ୍କୁ ଅନ୍ୟ ଚାରିଟି ମାମଲାରେ ୧୪ ବର୍ଷ ଜେଲ୍ ଦଣ୍ଡ ହୋଇଛି ।

୧୩୯ କୋଟି ଟଙ୍କାର ଡୋରାଣ୍ଡା ଗୋଖାଦ୍ୟ ଦୁର୍ନୀତି ମାମଲାରେ ଆଜି ଲାଲୁ ଯାଦବଙ୍କ ସମେତ ୩୮ ଜଣ ଦୋଷୀଙ୍କ ବିରୋଧରେ ଭିଡିଓ କନଫରେନ୍ସ ମାଧ୍ୟମରେ ଦଣ୍ଡାଦେଶ ହେବ। ଏହାପୂର୍ବରୁ ଫେବୃଆରୀ ୧୫ ରେ ସ୍ୱତନ୍ତ୍ର ସିବିଆଇ କୋର୍ଟର ଜଜ୍ ୪୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ଫେବୃଆରୀ ୨୧ ରେ ଦଣ୍ଡ ଘୋଷଣା କରାଯିବ ବୋଲି କହିଥିଲେ। ଆଜି ଏଥି ମଧ୍ୟରୁ ୩୮ ଦୋଷୀଙ୍କୁ ଦଣ୍ଡିତ ହେବ | ଅନ୍ୟ ତିନିଜଣ ଦୋଷୀ ଫେବୃଆରୀ ୧୫ ରେ କୋର୍ଟରେ ହାଜର ହୋଇନଥିଲେ। ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଛି। ଦଣ୍ଡିତ ହେବାକୁ ଥିବା ୩୮ ଜଣଙ୍କ ମଧ୍ୟରୁ ୩୫ ଜଣ ବିର୍ସା ମୁଣ୍ଡା ଜେଲରେ ଥିବାବେଳେ ଲାଲୁ ପ୍ରସାଦ ଯାଦବ ସ୍ୱାସ୍ଥ୍ୟଗତ କାରଣରୁ ଡକ୍ଟର କେଏମ୍ ପ୍ରସାଦ ଏବଂ ଯଶୱନ୍ତ ସହାୟ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ରିମ୍ସ) ରେ ଭର୍ତ୍ତି ହୋଇଛନ୍ତି।

Comments are closed.