ଆମେରିକାର ଆର୍’ବନି ଗାବ୍ରିଏଲ୍ ପିନ୍ଧିଲେ ମିସ୍ ୟୁନିଭର୍ସ ମୁକୁଟ

ନ୍ୟୁ ଅର୍ଲିଅନ୍: ଆମେରିକାର ଆର୍’ବନି ଗାବ୍ରିଏଲ୍ ଚଳିତ ବର୍ଷ ମିସ୍ ୟୁନିଭର୍ସ ଟାଇଟଲ୍ ଜିତିଛନ୍ତି। ସେ ଭେନେଜୁଏଲା ଓ ଡୋମିନିକାନ୍ ରିପବ୍ଲିକର ପ୍ରତିଯୋଗୀଙ୍କୁ ପରାସ୍ତ କରି ଏହି ମୁକୁଟ ପିନ୍ଧିଛନ୍ତି ।

ଆମେରିକାର ଲୁଇସିଆନା, ନ୍ୟୁ ଅର୍ଲିଅନ୍ ସହରରେ ଶନିବାର ୭୧ ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଏହି ପ୍ରତିଯୋଗିତାରେ ପ୍ରାୟ ୯୦ ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।

ଭାରତ ଦିବିତା ରୟ ମଧ୍ୟ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ତେବେ ସେ କେବଳ ଟପ୍-୧୬ରେ ହିଁ ସ୍ଥାନ ପାଇଥିଲେ ।

ଗତ ବର୍ଷର ବିଜୟିନୀ ଭାରତର ହର୍ନାଜ୍ ସାନ୍ଧୁ ଗାବ୍ରିଏଲଙ୍କୁ ମୁକୁଟ ପିନ୍ଧାଇଥିଲେ।

Comments are closed.