‘ମୋଦି ସରକାର ଦେଶଦ୍ରୋହ କରିଛି’, ପେଗାସସ୍ ବିବାଦରେ କେନ୍ଦ୍ରକୁ ରାହୁଲଙ୍କ ଟାର୍ଗେଟ୍

ନୂଆଦିଲ୍ଲୀ: ପେଗାସସ୍ ବିବାଦରେ କେନ୍ଦ୍ରରେ ମୋଦି ସରକାରଙ୍କ ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜୋରଦାର୍ ଆକ୍ରମଣ କରିଛନ୍ତି। ରାହୁଲ ଗାନ୍ଧୀ ମୋଦି ସରକାରଙ୍କ ଉପରେ ଘୋର ଆକ୍ରମଣ କରି କହିଛନ୍ତି ଯେ ସରକାର ଦେଶଦ୍ରୋହ କରିଛନ୍ତି। ରାହୁଲ ଟୁଇଟ୍ କରି ଲେଖିଛନ୍ତି ଯେ ମୋଦି ସରକାର ଆମ ଗଣତନ୍ତ୍ରର ସର୍ବୋଚ୍ଚ ଅନୁଷ୍ଠାନ, ରାଜନେତା ଏବଂ ଜନସାଧାରଣଙ୍କ ଉପରେ ଜାସୁସି କରିବା ପାଇଁ ପେଗାସସ୍ କିଣିଛନ୍ତି | ଫୋନ୍ ଟ୍ୟାପ୍ କରି ଶାସକ ଦଳ, ବିରୋଧୀ ଦଳ, ସେନା, ନ୍ୟାୟପାଳିକା ସମସ୍ତଙ୍କୁ ଟାର୍ଗେଟ କରାଯାଇଛି। ଏହା ଦେଶଦ୍ରୋହ।

ରାହୁଲ ଗାନ୍ଧୀ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ଆମେରିକୀୟ ଖବରକାଗଜ ‘ନ୍ୟୁୟର୍କ ଟାଇମ୍ସ’ର ରିପୋର୍ଟ ମଧ୍ୟ ପୋଷ୍ଟ କରିଛନ୍ତି। ଯେଉଁଥିରେ କୁହାଯାଇଛି ଯେ ଭାରତ ସରକାର ୨୦୧୭ରେ ଇସ୍ରାଏଲରୁ ଗୁପ୍ତଚର ସଫ୍ଟୱେର୍ ପେଗାସସ୍ କିଣିଥିଲେ। ଏହି ରିପୋର୍ଟରେ କୁହାଯାଇଛି ଯେ ମୋଦି ସରକାର ପାଞ୍ଚ ବର୍ଷ ପୂର୍ବେ ଇସ୍ରାଏଲରୁ ୨ ବିଲିୟନ ଡଲାରର ପ୍ରତିରକ୍ଷା ଚୁକ୍ତି ଅନୁଯାୟୀ ଏହାକୁ କିଣିଛନ୍ତି। ଏହି ଚୁକ୍ତି ଅନୁଯାୟୀ ଭାରତ କିଛି ଅସ୍ତ୍ରଶସ୍ତ୍ର ସହିତ କ୍ଷେପଣାସ୍ତ୍ର ପ୍ରଣାଳୀ ମଧ୍ୟ କିଣିଛି।

ରାହୁଲ ଗାନ୍ଧୀଙ୍କ ବ୍ୟତୀତ ଯୁବ କଂଗ୍ରେସ ମଧ୍ୟ ପେଗାସସ଼ ବିବାଦରେ ନ୍ୟୁୟର୍କ ଟାଇମ୍ସର ଖୁଲାସା ନେଇ ମୋଦି ସରକାରଙ୍କୁ କଡ଼ା ଟାର୍ଗେଟ କରିଛି। ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବିଭି କହିଛନ୍ତି ଯେ ଏହା ପ୍ରମାଣିତ ହୋଇଛି ଯେ ଚୌକିଦାର ହିଁ ଗୁପ୍ତଚର | ସେ ଟୁଇଟ୍ କରି କହିଛନ୍ତି ଯେ ପ୍ରତିରକ୍ଷା ଚୁକ୍ତି ଭାବରେ ଭାରତ ୨୦୧୭ରେ ଇସ୍ରାଏଲରୁ ପେଗାସସ୍ କିଣିଛି – ନ୍ୟୁୟର୍କ ଟାଇମ୍ସ। ଏଥିରୁ ପ୍ରମାଣ କରିଛି ଯେ ଚୌକିଦାର ହିଁ ଗୁପ୍ତଚର ।

ପେଗାସସ୍ ମାମଲାରେ କଂଗ୍ରେସ ମୋଦି ସରକାରଙ୍କ ଜବାବ ମାଗିଛି। ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଉପରେ ପିଏମ୍ଓ କୌଣସି ଉତ୍ତର ଦେବ କି ନାହିଁ ବୋଲି କଂଗ୍ରେସ ପଚାରିଛି ।

Comments are closed.