‘ରିଲିଫ୍ ପରିବର୍ତ୍ତେ ଆଘାତ ଦେଲେ ସରକାର’, ଖାଦ୍ୟ ସାମଗ୍ରୀ ଉପରେ ଜିଏସଟି ଲାଗୁ ନେଇ କେନ୍ଦ୍ରକୁ ରାହୁଲ ଓ ବରୁଣ ଗାନ୍ଧୀଙ୍କ ଭର୍ତ୍ସନା

ନୂଆଦିଲ୍ଲୀ:ଅନେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ୫% ଜିଏସଟି ଆଦାୟ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିରେ ପୂର୍ବରୁ ପ୍ୟାକେଜ୍ ଏବଂ ଲେବଲ୍ ହୋଇଥିବା ଖାଦ୍ୟ ସାମଗ୍ରୀ ମଧ୍ୟ ଅନ୍ତର୍ଭୁକ୍ତ | ଆଜି ଠାରୁ ଜିଏସଟିର ନୂଆ ଦର ଲାଗୁ ହୋଇଛି।

ସରକାରଙ୍କ ଏହି ନିଷ୍ପତ୍ତି ଖାଉଟିଙ୍କ ସହ କ୍ଷୁଦ୍ର ବ୍ୟବସାୟୀଙ୍କୁ ବଡ଼ ଝଟକା ବୋଲି କୁହାଯାଉଛି । କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ କହିଛି ଯେ ଖାଦ୍ୟ ସାମଗ୍ରୀ ଏବଂ ଖାଦ୍ୟ ଶସ୍ୟ ବ୍ୟବସାୟୀମାନେ ସରକାରଙ୍କ ଏହି ନିଷ୍ପତ୍ତିର ଅସନ୍ତୁଷ୍ଟ ଅଛନ୍ତି। ଏହା ଛୋଟ ବ୍ୟବସାୟୀଙ୍କ ବହୁ କ୍ଷତି ଘଟାଇବ |

ଅନ୍ୟପକ୍ଷରେ ବିରୋଧୀ ଦଳ ସରକାରଙ୍କ ଜିଏସଟି ବୃଦ୍ଧି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଯେଉଁଥିରେ ସେ କହୁଛନ୍ତି ପୂର୍ବରୁ ମଇଦା, ଡାଲି ଏବଂ ଚାଉଳ ଉପରେ ମଧ୍ୟ ଲୋକଙ୍କୁ ଟିକସ ଦେବାକୁ ପଡ଼ିଥିଲା, କିନ୍ତୁ ଜିଏସଟି ଲାଗୁ ହେବା ପରେ ଏହି ସବୁ ସାମଗ୍ରୀ ଟିକସ ମୁକ୍ତ ହେବ । କିନ୍ତୁ ସେହି ମୋଦି ସରକାର ହିଁ ଏବେ ଏହି ସବୁ ସାମଗ୍ରୀ ଉପରେ ୫ ପ୍ରତିଶତ ଟିକସ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ବିଜେପି ସାଂସଦ ବରୁଣ ଗାନ୍ଧୀ ଜିଏସଟି ବୃଦ୍ଧି ନିଷ୍ପତ୍ତି ନେଇ ମୋଦୀ ସରକାରଙ୍କୁ ସମାଲୋଚନା କରିଛନ୍ତି । ବରୁଣ ଗାନ୍ଧୀ ଗତ କିଛି ମାସ ହେବ ବିଭିନ୍ନ ପ୍ରସଙ୍ଗରେ ତାଙ୍କ ସରକାରକୁ ଟାର୍ଗେଟ କରିଆସୁଛନ୍ତି।

ଜିଏସଟି ବୃଦ୍ଧି ପ୍ରସଙ୍ଗରେ ମଧ୍ୟ ବରୁଣ ଗାନ୍ଧୀ ତାଙ୍କ ଦଳର ସରକାରକୁ ଟାର୍ଗେଟ କରିଛନ୍ତି । ସେ ଲେଖିଛନ୍ତି ଯେ ଆଜିଠାରୁ କ୍ଷୀର, ଦହି, ଲହୁଣୀ, ଚାଉଳ, ଡାଲି, ରୁଟି ଭଳି ପ୍ୟାକ୍ ହୋଇଥିବା ଉତ୍ପାଦ ଉପରେ ଜିଏସଟି ଲାଗୁ ହେବ। ରେକର୍ଡ ଭାଙ୍ଗୁଥିବା ବେକାରୀ ମଧ୍ୟରେ ନିଆଯାଇଥିବା ଏହି ନିଷ୍ପତ୍ତି ମଧ୍ୟବିତ୍ତ ପରିବାର ଏବଂ ବିଶେଷକରି ଭଡ଼ା ଘରେ ରହୁଥିବା ସଂଘର୍ଷରତ ଯୁବକମାନଙ୍କ ପକେଟକୁ ଆହୁରି ହାଲୁକା କରିଦେବ। ଯେତେବେଳେ ‘ରିଲିଫ୍’ ଦେବାର ଥିଲା, ଆମେ ‘ଆଘାତ ଦେଉଛୁ’।

ମୋଦୀ ସରକାରଙ୍କୁ ଟାର୍ଗେଟ କରି ରାହୁଲ ଗାନ୍ଧୀ ଟ୍ବିଟ୍ କରି କହିଛନ୍ତି, କେବଳ ଟ୍ୟାକ୍ସ ବୋଝ, ଚାକିରି ନାହିଁ। ବିଜେପିର ମାଷ୍ଟରକ୍ଲାସ କିପରି ସମଗ୍ର ବିଶ୍ୱରେ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିକୁ ନଷ୍ଟ କରିଦେଲା। ରାହୁଲ ଗାନ୍ଧୀ କହିଛନ୍ତି ଜିଏସଟି ହେଉଛି ଗବର ସିଂ ଟ୍ୟାକ୍ସ। ଗବର ସିଂ ଟ୍ୟାକ୍ସ ଲେଖିବାବେଳେ ରାହୁଲ ଜିଏସଟି ଦରର ଏକ ଫଟୋ ପୋଷ୍ଟ କରିଛନ୍ତି।

Comments are closed.