ଏସିଆ କପ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା, ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ କୋଭିଡ୍ ପଜିଟିଭ୍

ନୂଆଦିଲ୍ଲୀ: ଅଗଷ୍ଟ ୨୭ ରୁ ଆରମ୍ଭ ହେବାକୁ ଥିବା ଏସିଆ କପ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା ଲାଗିଛି । ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ କରୋନା ପଜିଟିଭ୍ ହୋଇଛନ୍ତି । ସୂଚନା ମୁତାବକ, ୟୁଏଇ ଯିବା ପୂର୍ବରୁ ଦ୍ରାବିଡଙ୍କ କୋଭିଡ-୧୯ ପରୀକ୍ଷା କରାଯାଇଥିଲା। ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।
ରାହୁଲ ଦ୍ରାବିଡ କୋଭିଡ୍ ନେଗେଟିଭ ନ ହେବା ପର୍ଯ୍ୟନ୍ତ ଏସିଆ କପ୍ ପାଇଁ ଭାରତୀୟ ଦଳ ସହ ଯୋଗ ଦେଇପାରିବେ ନାହିଁ । ସେ ପର୍ଯ୍ୟନ୍ତ ବୋଲିଂ କୋଚ୍ ପାରସ ମାମ୍ବ୍ରେ ଦଳର ଦାୟିତ୍ବ ସମ୍ଭାଳିବେ । ତେବେ ଦ୍ରାବିଡଙ୍କ ସ୍ଥାନ ଭିଭିଏସ୍ ଲକ୍ଷ୍ମଣ ନେଇପାରିବେ କି ନାହିଁ ତାହା ଦ୍ରାବିଡଙ୍କ ପରବର୍ତ୍ତୀ କୋଭିଡ୍ ଟେଷ୍ଟ ପରେ ହିଁ ସ୍ଥିର କରାଯିବ । ତେବେ ରାହୁଲ ଦ୍ରାବିଡଙ୍କ ବିଷୟରେ ବିସିସିଆଇ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ଅପଡେଟ୍ ଜାରି କରାଯାଇ ନାହିଁ। ଏହାପୂର୍ବରୁ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟଭାର ପରିଚାଳନା ପାଇଁ ସଦ୍ୟ ସମାପ୍ତ ଜିମ୍ବାୱେ ଗସ୍ତରେ ଭିଭିଏସ୍ ଲକ୍ଷ୍ମଣଙ୍କୁ ମୁଖ୍ୟ କୋଚ୍ ଭାବରେ ପଠାଯାଇଥିଲା।

Comments are closed.