ୱାୟନାଡ ଆସନରୁ ନାମାଙ୍କନ ଦାଖଲ କଲେ ରାହୁଲ ଗାନ୍ଧୀ

ୱାୟନାଡ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଗାମୀ ଲୋକସଭା ନିର୍ବାଚନ ପାଇଁ ବୁଧବାର କେରଳର ୱାୟନାଡ ଆସନରୁ ନାମାଙ୍କନ ଦାଖଲ କରିଛନ୍ତି। ଏହା ପୂର୍ବରୁ ସେ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଏକ ରୋଡ୍ ସୋ କରି ଲୋକଙ୍କ ଆଶୀର୍ବାଦ ଓ ସମର୍ଥନ ଲୋଡ଼ିଥିଲେ । ଆପଣମାନଙ୍କ ଜନପ୍ରତିନିଧି ହେବା ସୌଭାଗ୍ୟର ବିଷୟ ବୋଲି ସ୍ଥାନୀୟ ଲୋକଙ୍କୁ କହିଥିଲେ ରାହୁଲ ।

ଏଥର ୱାୟନାଡ ଲୋକସଭା ଆସନରେ ତ୍ରିମୁଖୀ ଲଢ଼େଇ ହେଉଛି। ଇଣ୍ଡିଆ ମେଣ୍ଟର ଦୁଇ ସହଯୋଗୀ କଂଗ୍ରେସ ଓ ସିପାଆଇ ଏଠାରେ ଏକାକୀ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି କରିଛନ୍ତିି। ରାହୁଲଙ୍କ ବିରୋଧରେ ସିପିଆଇର ଆନି ରାଜା ଲଢ଼ୁଛନ୍ତି। ଆନି ରାଜା ମଧ୍ୟ ବୁଧବାର ତାଙ୍କ ନାମାଙ୍କନ ଦାଖଲ କରିଛନ୍ତି। ଏହାଛଡ଼ା ବିଜେପି ଏଠାରେ କେ.ସୁରେନ୍ଦ୍ରନଙ୍କୁ ପ୍ରାର୍ଥୀ କରିଛି ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ୨୦୧୯ ନିର୍ବାଚନରେ ଓ୍ବାୟନାଡ ଆସନରୁ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଓ୍ବାୟନାଡ ବ୍ୟତୀତ ସେ ତାଙ୍କ ପୁରୁଣା ଆସନ ୟୁପିର ଆମେଥିରୁ ମଧ୍ୟ ପ୍ରତିଦ୍ବନ୍ଦ୍ବିତା କରିଥିଲେ । ହେଲେ ଆମେଥିରେ ରାହୁଲ ବିଜେପିର ସ୍ମୃତି ଇରାନୀଙ୍କ ଠାରୁ ହାରି ଯାଇଥିଲେ ।

Comments are closed.