ୟୁପି କଂଗ୍ରେସ ସଭାପତିଙ୍କ ଘୋଷଣା, ଅମେଠିରୁ ଲୋକସଭା ନିର୍ବାଚନ ଲଢ଼ିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଉତ୍ତର ପ୍ରଦେଶରେ ଅଜୟ ରାୟଙ୍କୁ ଦଳର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛି। ୟୁପି କଂଗ୍ରେସ ସଭାପତି ପଦ ଗ୍ରହଣ କରିବା ପରେ ଅଜୟ ରାୟ ଏକ ବଡ଼ ଘୋଷଣା କରିଛନ୍ତି।

ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ରାୟ କହିଛନ୍ତି ଯେ ରାହୁଲ ଗାନ୍ଧୀ ଅମେଠିରୁ ଲୋକସଭା ନିର୍ବାଚନ ଲଢ଼ିବେ। ଅମେଠିର ଲୋକମାନେ ରାହୁଲଙ୍କ ସହିତ ଠିଆ ହୋଇଛନ୍ତି।

ପ୍ରିୟଙ୍କା ଗାନ୍ଧୀ ବାରାଣସୀରୁ ଲଢ଼ିବେ କି ବୋଲି ଅଜୟ ରାୟଙ୍କୁ ପ୍ରଶ୍ନ କରାଯାଇଥିଲା । ଏହାର ଜବାବରେ ରାୟ କହିଛନ୍ତି, ଯଦି ପ୍ରିୟଙ୍କା ଗାନ୍ଧୀ ବାରାଣସୀରୁ ନିର୍ବାଚନ ଲଢ଼ିବାକୁ ଚାହାଁନ୍ତି, ତେବେ ଆମର ପ୍ରତ୍ୟେକ କର୍ମକର୍ତ୍ତା ତାଙ୍କ ପାଇଁ ଜୀବନ ଦେଇଦେବେ। ପ୍ରିୟଙ୍କା ଯେଉଁଠି ଚାହିଁବେ ଲଢ଼ିପାରିବେ ବୋଲି ସେ କହିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ସମ୍ପ୍ରତି ଅମେଠିରୁ ଲୋକସଭା ସାଂସଦ ଅଛନ୍ତି । ୨୦୧୯ ନିର୍ବାଚନରେ ସ୍ମୃତି ଏହି ଆସନରେ ରାହୁଲ ଗାନ୍ଧୀଙ୍କୁ ହରାଇଥିଲେ । ଏହାପରେ ରାହୁଲ ଗାନ୍ଧୀ କେରଳର ୱାୟାନାଡ ଲୋକସଭା ଆସନରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ।

ରାୟ ସ୍ମୃତି ଇରାନୀଙ୍କୁ ବି ଟାର୍ଗେଟ୍ କରିଛନ୍ତି। ସ୍ମୃତି ଅମେଠିର ଲୋକଙ୍କୁ ୧୩ ଟଙ୍କାରେ କିଲେ ଚିନି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । କୁଆଡେ ଗଲା ତାଙ୍କର ଏହି ପ୍ରତିଶ୍ରୁତି? ତିନି କୁଆଡେ଼ ଗଲା ସ୍ମୃତି ଲୋକଙ୍କୁ ଜବାବ ଦିଅନ୍ତୁ ବୋଲି ରାୟ କହିଛନ୍ତି ।

Comments are closed.