ଆଜି ହିଂସାଗ୍ରସ୍ତ ମଣିପୁର ଯିବେ ରାହୁଲ ଗାନ୍ଧୀ

ଇମ୍ଫାଲ: ରାଜ୍ୟରେ ଜାରି ରହିଥିବା ହିଂସା ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ମଣିପୁର ଯିବେ। ସେ ଦୁଇ ଦିନ ମଣିପୁରରେ ରହିବେ | ମଣିପୁର କଂଗ୍ରେସ ସଭାପତି ଓକ୍ରାମ ଇବୋବି ସିଂ କହିଛନ୍ତି ଯେ ରାହୁଲ ଇମ୍ଫାଲ ଏବଂ ଚୁରାଚାନ୍ଦପୁରର ଅନେକ ରିଲିଫ କ୍ୟାମ୍ପକୁ ଯିବେ। ସାମାଜିକ ସଂଗଠନର ନେତା, ବରିଷ୍ଠ ନାଗରିକ ଏବଂ ବହୁ ନେତାଙ୍କୁ ମଧ୍ୟ ସେ ଭେଟିବେ |

ସଂରକ୍ଷଣକୁ ନେଇ ମେ ୩ରୁ ଆରମ୍ଭ ହୋଇଥିବା କୁକି ଏବଂ ମୈତେଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷରେ ଏପର୍ଯ୍ୟନ୍ତ ୧୩୧ ଜଣଙ୍କର ମୃତ୍ୟୁ ହୋଇଛି।

ହିଂସାକୁ ଦୃଷ୍ଟିରେ ରଖି ରାଜ୍ୟରେ ଇଣ୍ଟରନେଟ୍ ବନ୍ଦ ଅବଧି ଜୁନ୍ ୩୦ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ମଣିପୁର ପ୍ରସଙ୍ଗ ନେଇ ନିକଟରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ରାଜ୍ୟରେ ହିଂସାରେ ଏ ପର୍ଯ୍ୟନ୍ତ ୧୩୧ ଜଣଙ୍କ ମୃତ୍ୟୁ ହୋଇଥିବା ଗୃହ ମନ୍ତ୍ରଣାଳୟ ସୂଚନା ଦେଇଛି। ଆଉ ୪୧୯ ଜଣ ଆହତ ହୋଇଛନ୍ତି। ପାଞ୍ଚ ହଜାରରୁ ଅଧିକ ଜଳାପୋଡ଼ା ଘଟଣା ଘଟିଥିବା ବେଳେ ୬ ହଜାର ମାମଲା ରୁଜୁ ହୋଇଛି। ଏଯାବତ୍ ୧୪୪ ଜଣଙ୍କୁ ଗିରଫ କରାଯାଇଛି। ରାଜ୍ୟରେ ୩୬ ହଜାର ସୁରକ୍ଷା କର୍ମୀ ଏବଂ ୪୦ଟି ଆଇପିଏସ୍ ଅଧିକାରୀଙ୍କୁ ମୁତୟନ କରାଯାଇଛି ।

Comments are closed.