ନ୍ୟାସନାଲ ହେରାଲ୍ଡ ମାମଲା: ରାହୁଲଙ୍କୁ ଇଡିର ଜେରା, ବିରୋଧରେ କଂଗ୍ରେସର ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଜେରା କରିଛି। ରାହୁଲଙ୍କୁ ଇଡି ସମନର ବିରୋଧରେ କଂଗ୍ରେସ ନିଜର ଶକ୍ତି ପ୍ରଦର୍ଶନ କରିଛି । ରାହୁଲ ଇଡି ମୁଖ୍ୟାଳୟ ଯିବାକୁ ବାହାରିବା ବେଳେ ତାଙ୍କ ସହ ଦଳର ଅନେକ ବରିଷ୍ଠ ନେତା ତଥା ବହୁ ସଂଖ୍ୟକ କର୍ମୀ ଏକ ବିଶାଳ ଶୋଭାଯାତ୍ରାରେ ଇଡି ମୁଖ୍ୟାଳୟ ଆଡ଼କୁ ଯାଇଥିଲେ । ବାଟରେ ସେମାନଙ୍କୁ ପୋଲିସ ଅଟକ ରଖିଥିଲା।

ଅଧିକାରୀ କହିଛନ୍ତି ଯେ ରାହୁଲ ଗାନ୍ଧୀ ପୂର୍ବାହ୍ନ ପ୍ରାୟ ୧୧:୧୦ ସମୟରେ ଏପିଜେ ଅବଦୁଲ କଲାମ ରୋଡରେ ଥିବା ଇଡି ମୁଖ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ନ୍ୟାସନାଲ ହେରାଲ୍ଡ ମାମଲାରେ ତାଙ୍କୁ ପ୍ରାୟ ତିନି ଘଣ୍ଟା ପଚରାଉଚରା କରାଯାଇଥିଲା।

ରାହୁଲ ଗାନ୍ଧୀ କଂଗ୍ରେସ ମୁଖ୍ୟାଳୟରୁ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହି କଂଗ୍ରେସ ସାଂସଦଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍, ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ, ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ବହୁ ବରିଷ୍ଠ କଂଗ୍ରେସ ନେତା ତଥା ବହୁ ସଂଖ୍ୟକ କର୍ମୀ ରାହୁଲ ଗାନ୍ଧୀଙ୍କୁ ସମର୍ଥନ ଜଣାଇଛନ୍ତି।

ଯେତେବେଳେ ରାହୁଲ ଗାନ୍ଧୀଙ୍କ କାରକେଡ୍ ଇଡି ମୁଖ୍ୟାଳୟରେ ପହଞ୍ଚିଲା ସେତେବେଳେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ କାରରେ ତାଙ୍କ ପାଖରେ ବସିଥିଲେ।

ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏ) ର ଅପରାଧିକ ବିଭାଗ ଅଧୀନରେ ରାହୁଲ ଗାନ୍ଧୀଙ୍କ ବିବୃତ୍ତି ରେକର୍ଡ କରୁଛି।

ପ୍ରାୟ ଅଢେ଼ଇ ଘଣ୍ଟା ପଚରାଉଚରା ପରେ ରାହୁଲ ଗାନ୍ଧୀଙ୍କୁ ପ୍ରାୟ ୨:୧୦ ସମୟରେ ଇଡି ମୁଖ୍ୟାଳୟରୁ ଭୋଜନ ପାଇଁ ଯିବାକୁ ଅନୁମତି ଦିଆଯାଇଥିଲା। ମଧ୍ୟାହ୍ନ ଭୋଜନ ବିରତି ପରେ ଇଡି ତାଙ୍କୁ ପୁଣି ପଚରାଉଚରା କରୁଛି।

Comments are closed.