ଲୋକଙ୍କୁ ବୁଷ୍ଟର ଡୋଜ୍ କେବେ ଦିଆଯିବ ସରକାର କହିବା ଉଚିତ: ରାହୁଲ

ନୂଆଦିଲ୍ଲୀ : ଦେଶର ଜନସଂଖ୍ୟାର ଏକ ବଡ଼ ଭାଗର ଏ ଯାଏଁ ଟିକାକରଣ ହୋଇନାହିଁ ଓ ଲୋକମାନେ କେବେ ବୁଷ୍ଟର ଡୋଜ (ଟୀକାକରଣର ତୃତୀୟ ମାତ୍ରା) ପାଇବେ ତାହା ସରକାର କହିବା ଉଚିତ୍ ବୋଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବୁଧବାର କହିଛନ୍ତି ।

ଟିକାକରଣ ତଥ୍ୟର ଏକ ଚାର୍ଟ ସେୟାର କରି ସେ ଟ୍ୱିଟ୍ କରି କହିଛନ୍ତି ଯେ ଜନସଂଖ୍ୟାର ଅଧିକାଂଶ ଲୋକଙ୍କୁ ଟିକାକରଣ କରାଯାଇ ନାହିଁ। ସରକାର କେବେ ବୁଷ୍ଟର ଡୋଜ ଦେବା ଆରମ୍ଭ କରିବେ?

କଂଗ୍ରେସ ନେତାଙ୍କ ଦ୍ବାରା ସେୟାର ହୋଇଥିବା ଚାର୍ଟରେ ଦର୍ଶାଯାଇଛି ଯେ ବର୍ତ୍ତମାନ ଯେଉଁ ଗତି ସହ ଟିକାକରଣ ଚାଲିଛି, ଡିସେମ୍ବର ୩୧, ୨୦୨୧ ସୁଦ୍ଧା ଦେଶର ୩୧% ଲୋକଙ୍କ ଟିକାକରଣ କରିହେବ । ଏବଂ ଚଳିତ ବର୍ଷ ଶେଷ ସୁଦ୍ଧା ୬୦% ଲୋକଙ୍କୁ ଟିକାକରଣ ଲକ୍ଷ୍ୟ ହାସଲ କରିବା ପାଇଁ ବର୍ଷର ଶେଷ ସପ୍ତାହରେ ପ୍ରତିଦିନ ୬.୧ କୋଟି ଡୋଜ୍ ଦେବାକୁ ପଡିବ |

ଏଥିରୁ ଏହା ଜଣାପଡ଼ୁଛି ଯେ ଗତ ଏକ ସପ୍ତାହ ମଧ୍ୟରେ ପ୍ରତିଦିନ ହାରାହାରି ୫୮ ଲକ୍ଷ ଡୋଜ ଦିଆଯାଉଛି |

Comments are closed.