‘ସତ କହିବା ଦେଶଦ୍ରୋହ ନୁହେଁ..’ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ମୋଦି ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ

ନୂଆଦିଲ୍ଲୀ: ପୁନର୍ବିଚାର ନ ହେବା ଯାଏଁ ଆଇପିସିର ଧାରା ୧୨୪-ଏ ତଥା ଦେଶଦ୍ରୋହ ଆଇନ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ କଂଗ୍ରେସ ସ୍ୱାଗତ କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ମୋଦି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, “ସତ କହିବା ଦେଶପ୍ରେମ, ଦେଶଦ୍ରୋହ ନୁହେଁ। ସତ କହିବା ଦେଶଭକ୍ତି, ଦେଶଦ୍ରୋହ ନୁହେଁ | ସତ ଶୁଣିବା ହେଉଛି ରାଜଧର୍ମ, ସତକୁ ଦଳିଦେବା ହେଉଛି ଅହଙ୍କାର। ଭୟ କର ନାହିଁ! ”

ସେହିପରି ଦଳର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି ଯେ ଶାସକକୁ ଦର୍ପଣ ଦେଖାଇବା ହେଉଛି ରାଷ୍ଟ୍ରଧର୍ମ। ଏହା ଦେଶଦ୍ରୋହ ହୋଇପାରିବ ନାହିଁ | ସୁପ୍ରିମକୋର୍ଟ ଆଜି ଏହି ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି।

ସେ କହିଛନ୍ତି, “କ୍ଷମତାର ସିଂହାସନରେ ବସିଥିବା ସ୍ବେଚ୍ଛାଚାରୀ ଶାସକ, ଲୋକମାନଙ୍କର ସ୍ୱରକୁ ଦମନ କରୁଥିବା ସ୍ବେଚ୍ଛାଚାରୀ ରାଜା, ଲୋକ ବିରୋଧୀ ନୀତିର ସମାଲୋଚକଙ୍କୁ ଜେଲରେ ପୂରାଉଥିବା ଶାସକ ଏବେ ସାବଧାନ ହୋଇଯାଆନ୍ତୁ । ଏବେ ଆଉ ଲୋକଙ୍କ ଗଳାରୁଦ୍ଧ କରାଯାଇ ପାରିବ ନାହିଁ ।

Comments are closed.