ଆଜି ସୁରଟ‌ ଯିବେ ରାହୁଲ, ମାନହାନି ମାମଲା ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରିବେ

ନୂଆଦିଲ୍ଲୀ: ମାନହାନି ମାମଲାରେ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲ ଏହି ମାମଲାରେ ଦୁଇ ବର୍ଷ ଦଣ୍ଡାଦେଶ ବିରୋଧରେ ସୁରଟ ଦୌରା କୋର୍ଟରେ ଆବେଦନ । ଏଥିପାଇଁ ସେ ଆଜି ସୁରଟ ଯିବେ ।

ନିକଟରେ ରାହୁଲ ଗାନ୍ଧୀଙ୍କୁ ‘ମୋଦୀ ସାଙ୍ଗିଆ’ ସଂକ୍ରାନ୍ତ ଆପରାଧିକ ମାନହାନି ମାମଲାରେ ସୁରଟର ଏକ କୋର୍ଟ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ । ଏହା ପରେ ତାଙ୍କର ସାଂସଦ ପଦ ରଦ୍ଦ ହୋଇଥିଲା। ରାହୁଲଙ୍କୁ ଏହି ଦଣ୍ଡାଦେଶ ବିରୋଧରେ ଅପିଲ କରିବାକୁ ୩୦ ଦିନ ସମୟ ଦିଆଯାଇଥିଲା ।

Comments are closed.