ବିକାନେର-ଗୁଆହାଟି ଏକ୍ସପ୍ରେସ ଦୁର୍ଘଟଣା ପଛରେ ଷଡ଼ଯନ୍ତ୍ର !

ସିଲିଗୁଡି: ପଶ୍ଚିମବଙ୍ଗର ଜଲପାଇଗୁଡିରେ ବିକାନେର-ଗୁଆହାଟି ଏକ୍ସପ୍ରେସ ଦୁର୍ଘଟଣା ଏକ ଷଡ଼ଯନ୍ତ୍ର ହୋଇଥାଇପାରେ ବୋଲି ରେଳବାଇ ଆଶଙ୍କା କରୁଛି। ଏଭଳି ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ବୋଲି ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସିଲିଗୁଡିର ରେଳ ପୋଲିସ ଅଧୀକ୍ଷକ (ଏସଆରପି) ଅବଧେଶ ପାଠକ କହିଛନ୍ତି ଟ୍ରେନ୍ କୋଚ୍ ପୂର୍ବରୁ ଇଞ୍ଜିନଟି ଓଲଟି ପଡ଼ିଥିଲା। ତେଣୁ ରେଲୱେ ଟ୍ରାକ ଭାଙ୍ଗି ଯାଇଥିବା ମନେ କରାଯାଉଛି | ଅନ୍ୟ କିଛି ଯାନ୍ତ୍ରିକ ତ୍ରୁଟି ମଧ୍ୟ ଥାଇପାରେ | ସେ କହିଛନ୍ତି ଯେ ଦୁର୍ଘଟଣାର କାରଣ କଣ, ତଦନ୍ତ ପରେ ହିଁ ସ୍ପଷ୍ଟ ହୋଇଯିବ । କିନ୍ତୁ ଏହା ପଛରେ ଷଡ଼ଯନ୍ତ୍ରର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ |

ରେଳବାଇ ଏସପି କହିଛନ୍ତି ଯେ ଦୁର୍ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି। ଅନୁସନ୍ଧାନ ପରେ ସବୁକିଛି ସ୍ପଷ୍ଟ ହୋଇଯିବ | ରେଳବାଇ ଏସପି ଶ୍ରୀ ପଠକ ମଧ୍ୟ ଘଟଣାସ୍ଥଳକୁ ଯାଇ ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ସୂଚନାଯୋଗ୍ୟ ଯେ ରାଜସ୍ଥାନ ବିକାନେରରୁ ଆସାମର ଗୁଆହାଟୀକୁ ଯାଉଥିବା ବିକାନେର-ଗୁଆହାଟି ଏକ୍ସପ୍ରେସ୍ ଗୁରୁବାର ପ୍ରାୟ ୫ଟା ସମୟରେ ପଶ୍ଚିମବଙ୍ଗରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଟ୍ରେନର ୧୨ଟି ବଗି ଲାଇନଚ୍ୟୁତ ହୋଇଥିଲା ।

ଆଲିପୁରଦୁଆର ରେଳ ବିଭାଗର ମୈନାଗୁଡି ଏବଂ ଦୋମୋହନି ରେଳ ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା | ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ। ରିଲିଫ ଏବଂ ଉଦ୍ଧାରକାରୀ ଦଳ ଦ୍ୱାରା ୪୦ ଜଣଙ୍କୁ ଉଦ୍ଧାର କରାଯାଇଥିଲା | ଉତ୍ତର-ପୂର୍ବ ସୀମାନ୍ତ ରେଳର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଗୁନିତ କୌର କହିଛନ୍ତି ଯେ ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଦୋମୋହନି ଏବଂ ନୂଆ ମୟନାଗୁଡି ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା। ରେଳବାଇ ଏହି ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି ।

Comments are closed.