ଲଘୁଚାପ ପ୍ରଭାବରେ ବର୍ଷା ଜାରି, ୧୩ଟି ଜିଲ୍ଲାକୁ ଅରେଞ୍ଜ ୱ।ର୍ଣ୍ଣିଂ

ଭୁବନେଶ୍ୱର – ସକ୍ରିୟ ଲଘୁଚାପ କ୍ଷେତ୍ର ପ୍ରଭାବରେ ସାରାରାଜ୍ୟରେ ବର୍ଷା ଜାରି ରହିଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ସୋନପୁର, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର,ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ନୂଆପଡ଼ା,
ବରଗଡ଼, ସୁନ୍ଦରଗଡ଼, କଳାହାଣ୍ଡି ଓ କନ୍ଧମାଳକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଣେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୭.୩ ମିମି ବର୍ଷା ହୋଇଛି। ସ୍ୱାଭାବିକ ୯ ମିମି ତୁଳନାରେ ୨୦୫% ଅଧିକ ବର୍ଷା ରେକର୍ଡ କରାଯାଇଛି।
ଦେବଗଡ଼ ଜିଲ୍ଲାରେ ସର୍ବାଧିକ ୧୦୬.୩ ମିମି ବର୍ଷା ରେକର୍ଡ ହୋଇଛି ।

Comments are closed.