‘ମସଜିଦ୍ ଗୁଡ଼ିକରୁ ଲାଉଡ୍ ସ୍ପିକର୍ ହଟାଅ ନଚେତ୍ ହନୁମାନ ଚାଳିଶା ବଜାଇବୁ’

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍)ର ଅଧ୍ୟକ୍ଷ ରାଜ ଠାକରେ ମସଜିଦ ଗୁଡ଼ିକରୁ ଲାଉଡ ସ୍ପିକର୍ ହଟାଇବା ପାଇଁ ଦାବି କରିଛନ୍ତି । ରାଜ ଠାକରେ କହିଛନ୍ତି ଯେ ଯଦି ମସଜିଦରେ ଉଚ୍ଚ ସ୍ବରରେ ବାଜୁଥିବା ଲାଉଡ ସ୍ପିକର ବନ୍ଦ ନହୁଏ, ତେବେ ଆମେ ସେଠାରେ ହନୁମାନ ଚାଳିଶା ଡବଲ୍ ସ୍ବରରେ ବଜାଇବୁ। ସେ ରାଜ୍ୟର ଉଦ୍ଧବ ଠାକରେ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ।

ଏମ୍ଏନ୍ଏସ୍ ମୁଖ୍ୟ ରାଜ ଠାକରେ ମରାଠୀ ନୂଆ ବର୍ଷ ଅବସରରେ ଶିବାଜୀ ପାର୍କରେ ଶ୍ରମିକମାନଙ୍କୁ ସମ୍ବୋଧିତ କରିବା ବେଳେ ଏସବୁ କହିଥିଲେ। ରାଜ ଠାକରେ କହିଥିଲେ, “ମୁଁ କଣସି ନିର୍ଦ୍ଦିଷ୍ଟ ଧର୍ମର ବିରୋଧୀ ନୁହେଁ। କିନ୍ତୁ ସରକାର ଏହି ପ୍ରସଙ୍ଗ(ଲାଉଡ ସ୍ପିକର୍)ରେ ପଦକ୍ଷେପ ନେବା ଉଚିତ୍। ତୁମର ପ୍ରାର୍ଥନା କରିବାର ଅଧିକାର ଅଛି, କିନ୍ତୁ ଲାଉଡ ସ୍ପିକର ବଜାଇ ନୁହେଁ। ”

ଏହା ପରେ ଠାକରେ ଏକ ଧମକପୂର୍ଣ୍ଣ ସ୍ୱରରେ କହିଥିଲେ,
“ଯଦି ସରକାର ମସଜିଦରୁ ଲାଉଡ ସ୍ପିକର ନ ହଟାନ୍ତି , ତେବେ ଲୋକମାନେ ମସଜିଦ ବାହାରେ ହନୁମାନ ଚାଳିଶା ଡବଲ ସ୍ୱରରେ ବଜାଇବେ।”

ଆଗାମୀ ପୌର ପାଳିକା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ ଠାକର ମଧ୍ୟ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଆକ୍ରମଣ କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ ନିର୍ବାଚନ ସମୟରେ ଯେଉଁମାନଙ୍କ ବିରୁଦ୍ଧରେ ଛିଡା ହୋଇଥିଲେ, ପରେ ସେମାନଙ୍କ ସହ ସରକାର ଗଠନ କରି ଉଦ୍ଧବ ଲୋକଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି। ରାଜ ଠାକରେ କହିଛନ୍ତି,

“ନିର୍ବାଚନ ସମୟରେ ନରେନ୍ଦ୍ର ମୋଦୀ ଦେବେନ୍ଦ୍ର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ। ତା’ପରେ ଉଦ୍ଧବ ଠାକରେ ଗୋଟିଏ ବି ଶବ୍ଦ କହି ନଥିଲେ। କିନ୍ତୁ ଯେତେବେଳେ ନିର୍ବାଚନ ଫଳାଫଳ ଘୋଷଣା ହେଲା, ସେତେବେଳେ ହିଁ ତାଙ୍କୁ ମୁଖ୍ୟମନ୍ତ୍ରୀ ହେବାର ଚିନ୍ତା ଘାରିଥିଲା ଏବଂ ବିରୋଧୀ ଦଳଙ୍କ ସହ ମେଣ୍ଟ କରିଥିଲେ।

Comments are closed.