ଭଓ୍ବଁରୀ ଦେବୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ରାଜସ୍ଥାନର ପୂର୍ବତନ ମନ୍ତ୍ରୀ ମାହିପାଲ ମଦେର୍ନାଙ୍କ ଦେହାନ୍ତ | News Room Odisha

ଭଓ୍ବଁରୀ ଦେବୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ରାଜସ୍ଥାନର ପୂର୍ବତନ ମନ୍ତ୍ରୀ ମାହିପାଲ ମଦେର୍ନାଙ୍କ ଦେହାନ୍ତ

ଜୟପୁର: ରାଜସ୍ଥାନର ପୂର୍ବତନ ମନ୍ତ୍ରୀ ମାହିପାଲ ମଦେ୍ର୍ନାଙ୍କ ରବିବାର ସକାଳେ ଦେହାନ୍ତ ହୋଇଯାଇଛି। ୬୯ ବର୍ଷିୟ ମଦେର୍ନା କର୍କଟ ରୋଗରେ ପୀଡିତ ଥିଲେ। ଯୋଧପୁର ଜିଲ୍ଲାର ବହୁ ଚର୍ଚ୍ଚିତ ଏନ୍ଏମ୍ ଭଓ୍ବଁରୀ ଦେବୀ ଅପହରଣ ଓ ହତ୍ୟା ମାମଲାରେ ମହିପାଲ ମଦେର୍ନା ମୁଖ୍ୟ ଅଭିଯୁକ୍ତ ଥିଲେ। ସେତେବେଳେ ମଦେର୍ନା ରାଜସ୍ଥାନର ଜଳ ସମ୍ପଦ ମନ୍ତ୍ରୀ ଥିଲେ। ପରେ ଏହି ମାମଲା ଯୋଗୁଁ ତାଙ୍କୁ ପଦ ହରାଇବାକୁ ପଡିଲା। ଭଓ୍ବଁରୀ ଦେବୀ ମାମଲାରେ ମଦେର୍ନାଙ୍କୁ ୧୦ ବର୍ଷ ଜେଲରେ ରହିବାକୁ ପଡିଥିଲା। ସେ କିଛି ଦିନ ପୂର୍ବରୁ ହାଇକୋର୍ଟରୁ ଜାମିନ ପାଇଥିଲେ।

ସେପ୍ଟେମ୍ବର ୨୦୧ ରେ ଭଓ୍ବଁରୀ ଦେବୀ ହତ୍ୟା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା ​​| ସେତେବେଳେ ମାହିପାଲ ମଦେର୍ନା ଅଶୋକ ଗେହଲୋଟ ସରକାରରେ ଜଳ ସମ୍ପଦ ମନ୍ତ୍ରୀ ଥିଲେ। ପରେ ଭଓ୍ବଁରୀ ଦେବୀଙ୍କ ସହ ତାଙ୍କର ଆପତ୍ତିଜନକ ଭିଡ଼ିଓ ସାମ୍ନାକୁ ଆସିବା ପରେ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବରଖାସ୍ତ କରାଯାଇଥିଲା। ଏହି ମାମଲା ପରଠାରୁ ମଦେର୍ନା ଜେଲରେ ଥିଲେ।

ମଦେର୍ନାଙ୍କ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଟ୍ୱିଟ୍ କରି ସମବେଦନା ଜଣାଇଛନ୍ତି।

Former Congress Minister Mahipal Maderna