ରାଜ୍ୟସଭା ନିର୍ବାଚନ ଫଳ: କେଉଁଠି କିଏ ଜିତିଲେ, କେଉଁ ଦଳକୁ ଲାଗିଲା ଝଟକା? ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା..

ନୂଆଦିଲ୍ଲୀ: ଚାରିଟି ରାଜ୍ୟର ୧୬ଟି ଆସନ ପାଇଁ ହୋଇଥିବା ରାଜ୍ୟସଭା ନିର୍ବାଚନ ଫଳ ପ୍ରକାଶ ପାଇଛି। ମହାରାଷ୍ଟ୍ର ଏବଂ ହରିୟାଣାରେ ନିୟମ ଉଲ୍ଲଂଘନ ଅଭିଯୋଗ ଯୋଗୁଁ ବିଳମ୍ବିତ ରାତିରେ ଭୋଟ୍ ଗଣନା ଆରମ୍ଭ ହୋଇଥିବାବେଳେ କର୍ଣ୍ଣାଟକ ଏବଂ ରାଜସ୍ଥାନରେ ଶୁକ୍ରବାର ସନ୍ଧ୍ୟାରେ ଫଳାଫଳ ଘୋଷଣା କରାଯାଇଥିଲା । ୪ଟି ରାଜ୍ୟର ୧୬ଟି ଆସନ ପାଇଁ ଅନୁଷ୍ଠିତ ଏହି ଦ୍ୱିବାର୍ଷିକ ନିର୍ବାଚନରେ ​​ମହାରାଷ୍ଟ୍ରରେ ସବୁଠାରୁ ବଡ଼ ଓଲଟପାଲଟ ହୋଇଥିଲା । ମହାରାଷ୍ଟ୍ରରେ ଶାସକ ଏମଭିଏ ମେଣ୍ଟକୁ ୩ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିବା ବେଳେ ବିଜେପି ୩ଟି ସିଟ୍ ହାତେଇଛି । ହରିୟଣାରେ କଂଗ୍ରେସର ଅଜୟ ମାକେନଙ୍କୁ ​​ପରାସ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ରାଜସ୍ଥାନରେ କଂଗ୍ରେସ ୩ଟି ଆସନ ସହ ବାଜି ମାରିନେଇଛି । ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ସୁଭାଷ ଚନ୍ଦ୍ରା ପରାସ୍ତ ହୋଇଛନ୍ତି।

ଏହି ୪ଟି ରାଜ୍ୟରେ ୧୬ଟି ରାଜ୍ୟସଭା ଆସନ ପାଇଁ ହୋଇଥିବା ନିର୍ବାଚନ ପ୍ରକ୍ରିୟାର ଭିଡିଓ ରେକର୍ଡିଂ ସହିତ ନିର୍ବାଚନର ନିରପେକ୍ଷ ଆଚରଣ ନିଶ୍ଚିତ କରିବାକୁ ନିର୍ବାଚନ ଆୟୋଗ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ କରିଥିଲେ। ଏହାପୂର୍ବରୁ କେବଳ ରାଜସ୍ଥାନ ଏବଂ କର୍ଣ୍ଣାଟକରେ ଫଳାଫଳ ଗତ ସନ୍ଧ୍ୟା ପର୍ଯ୍ୟନ୍ତ ଘୋଷଣା ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଏଥର ୧୫ଟି ରାଜ୍ୟର ୫୭ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାର ଥିଲା । ତେବେ ପୂର୍ବରୁ ଉତ୍ତରପ୍ରଦେଶ, ତାମିଲନାଡୁ, ବିହାର, ଓଡ଼ିଶା, ତେଲେଙ୍ଗାନା ଝାଡ଼ଖଣ୍ଡ, ପଞ୍ଜାବ ଏବଂ ଉତ୍ତରାଖଣ୍ଡରୁ ୪୧ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ତେଣୁ ୪ଟି ରାଜ୍ୟର ୧୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ଚାରି ରାଜ୍ୟର ନିର୍ବାଚନ ଫଳାଫଳ:

ରାଜସ୍ଥାନ:

ମୁକୁଲ ୱାସନିକ (କଂଗ୍ରେସ) ବିଜୟୀ
ରଣଦୀପ ସୁରଜେୱାଲା (କଂଗ୍ରେସ) ବିଜୟୀ
ପ୍ରମୋଦ ତିୱାରୀ (କଂଗ୍ରେସ) ବିଜୟୀ
ଘନଶ୍ୟାମ ତିୱାରୀ (ବିଜେପି) ବିଜୟୀ
ସୁଭାଷ ଚନ୍ଦ୍ରା (ସ୍ୱାଧୀନ) ପରାସ୍ତ

କର୍ଣ୍ଣାଟକ:

ନିର୍ମଳା ସୀତାରମଣ (ବିଜେପି) ବିଜୟୀ
ଜଗେଶ (ବିଜେପି) ବିଜୟୀ
ଲହର ସିଂ (ବିଜେପି) ବିଜୟୀ
ଜୟରାମ ରମେଶ (କଂଗ୍ରେସ) ବିଜୟୀ
ମନସୁର ଅଲି ଖାନ୍ (କଂଗ୍ରେସ) ପରାସ୍ତ
ଡ଼. କୁପେନ୍ଦ୍ର ରେଡୀ (ଜେଡି-ଏସ୍) ପରାସ୍ତ

ମହାରାଷ୍ଟ୍ର:

ପୀୟୁଷ ଗୋୟଲ (ବିଜେପି) ବିଜୟୀ
ଅନିଲ ବୋନ୍ଦେ (ବିଜେପି) ବିଜୟୀ
ଧନଞ୍ଜୟ ମହାଦିକ (ବିଜେପି) ବିଜୟୀ
ପ୍ରଫୁଲ୍ଲ ପଟେଲ (ଏନସିପି) ବିଜୟୀ
ସଞ୍ଜୟ ରାଉତ (ଏନସିପି) ବିଜୟୀ
ସଞ୍ଜୟ ପାୱାର (ଏନସିପି) ପରାସ୍ତ
ଇମ୍ରାନ ପ୍ରତାପଗରୀ (କଂଗ୍ରେସ) ବିଜୟୀ

ହରିୟାଣା:

କାର୍ତ୍ତିକେୟ ଶର୍ମା (ସ୍ୱାଧୀନ) ବିଜୟୀ
ଅଜୟ ମାକେନ୍ (କଂଗ୍ରେସ) ପରାସ୍ତ
କୃଷ୍ଣ ଲାଲ୍ ପନଓ୍ବର (ବିଜେପି) ବିଜୟୀ |

Comments are closed.