ଲକ୍ଷ୍ମୀପୁର ହିଂସା: କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ବରଖାସ୍ତ ସହ ତାଙ୍କ ପୁଅଙ୍କୁ ଗିରଫ ଦାବି କଲେ ରାକେଶ ଟିକାଏତ୍

ଗାଜିଆବାଦ :ଭାରତ କିସାନ ୟୁନିଅନ (ବି.କେ.ୟୁ) ନେତା ରାକେଶ ଟିକାଏତ୍ ସୋମବାର କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ବରଖାସ୍ତ କରିବା ଏବଂ ଏଠାରେ ବିରୋଧ ପ୍ରଦର୍ଶନ ବେଳେ କୃଷକଙ୍କ ମୃତ୍ୟୁ ଘଟଣାରେ ତାଙ୍କ ପୁଅକୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି।

ଏଥିସହ ମୃତ କୃଷକଙ୍କ ପରିବାରକୁ ଏକ କୋଟି ଟଙ୍କା କ୍ଷତିପୂରଣ ଏବଂ ସରକାରୀ ଚାକିରି ଦାବି କରିଛନ୍ତି। ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ (ଚାଷୀଙ୍କ) ଶେଷକୃତ୍ୟ ଆମର ଦାବି ପୂରଣ ହେବା ପରେ ହିଁ କରାଯିବ।
ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଲକ୍ଷ୍ମୀପୁର ଗସ୍ତ ପୂର୍ବରୁ କୃଷକଙ୍କ ବିରୋଧ ସମୟରେ ହିଂସାକାଣ୍ଡରେ କୃଷକ ଓ ବିଜେପି କର୍ମଚାରୀଙ୍କ ଜୀବନ ଯାଇଥିଲା। ରବିବାରର ହିଂସାରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିଲା।

Comments are closed.