ବିଭ୍ରାନ୍ତିକର ବିଜ୍ଞାପନ ମାମଲା: ଆଜି କୋର୍ଟରେ ହାଜର ହେବେ ରାମଦେବ ଓ ବାଳକୃଷ୍ଣ

ନୂଆଦିଲ୍ଲୀ: ଯୋଗ ଗୁରୁ ରାମଦେବ ଏବଂ ପତଞ୍ଜଳି ଏମଡି ଆଚାର୍ଯ୍ୟ ବାଳକୃଷ୍ଣ ପତଞ୍ଜଳି ଆୟୁର୍ବେଦର ଔଷଧ ସମ୍ପର୍କିତ ‘ବିଭ୍ରାନ୍ତିକର ବିଜ୍ଞାପନ’ ମାମଲାରେ ଆଜି ସୁପ୍ରିମକୋର୍ଟରେ ହାଜର ହେବେ। ଗତଥର ଶୁଣାଣି ବେଳେ ସୁପ୍ରିମକୋର୍ଟ ରାମଦେବ ଓ ବାଳକୃଷ୍ଣଙ୍କୁ ଅଦାଲତ ଅବମାନନା ନୋଟିସ ଜାରି କରି ଉଭୟଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ନୋଟିସ ସତ୍ତ୍ୱେ ଜବାବ ଦାଖଲ କରିନଥିବାରୁ ରାମଦେବ ଓ ବାଳକୃଷ୍ଣଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ ସୁପ୍ରିମକୋର୍ଟ ।

ପତଞ୍ଜଳି ଏବଂ ଏହାର ପରିଚାଳନା ନିର୍ଦ୍ଦେଶକଙ୍କ ବିରୋଧରେ କାହିଁକି ଅବମାନନା ମାମଲା ଦାୟର କରାଯିବ ନାହିଁ ବୋଲି ପଚାରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ। କୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣ ଏକ ସତ୍ୟପାଠ ଜରିଆରେ ସୁପ୍ରିମକୋର୍ଟଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ।

Comments are closed.