ପିଏମ୍ କେୟାର୍ସ ଫଣ୍ଡର ଟ୍ରଷ୍ଟି ହେଲେ ରତନ ଟାଟା

ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କୁ ପିଏମ୍ କେୟାର୍ସ ଫଣ୍ଡର ଟ୍ରଷ୍ଟି ଭାବେ ନିଯୁକ୍ତ କରାଯାଇଛି | ଟାଟାଙ୍କ ସମେତ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି କେଟି ଥୋମାସ ଓ ଲୋକସଭାର ପୂର୍ବତନ ବାଚସ୍ପତି କାରିୟା ମୁଣ୍ଡାଙ୍କୁ ମଧ୍ୟ ପିଏମ୍ କେୟାର୍ସ ଫଣ୍ଡ ଟ୍ରଷ୍ଟି ବୋର୍ଡର ସଦସ୍ୟ ଭାବେ ମନୋନୀତ କରାଯାଇଛି । ଅନ୍ୟପଟେ ପୂର୍ବତନ ସିଏଜି ରାଜୀବ ମହର୍ଷିଙ୍କ ସହ ଇନଫୋସିସ ଫାଉଣ୍ଡେସନର ଅଧ୍ୟକ୍ଷା ସୁଧା ମୂର୍ତ୍ତିୋଙ୍କୁ ପରାମର୍ଶଦାତା ବୋର୍ଡରେ ସାମିଲ କରାଯାଇଛି। ବୁଧବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ନବନିଯୁକ୍ତ ଟ୍ରଷ୍ଟିମାନେ ଯୋଗ ଦେଇଥିଲେ ।

ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ପିଏମ୍ କେୟାର୍ସ ଫଣ୍ଡକୁ ଅବଦାନ ପାଇଁ ଭାରତୀୟ ମାନଙ୍କୁ ପ୍ରଶଂସା କରିଛନ୍ତି। ଏହି ପାଣ୍ଠି ସହାୟତାରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ସୂଚନା ଦିଆଯାଇଥିଲା। ପିଏମ କେୟାର୍ସ ଫର ଚାଇଲ୍ଡ ସ୍କିମ୍ ମଧ୍ୟ ଏଥିରେ ସାମିଲ କରାଯାଇଥିଲା, ଯେଉଁଥିରେ ୪,୩୪୫ ପିଲାଙ୍କୁ ସହାୟତା ଯୋଗାଇ ଦିଆଯାଉଛି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନୂଆ ଟ୍ରଷ୍ଟି ଏବଂ ପରାମର୍ଶଦାତାଙ୍କ ଆଗମନ ସହ ପିଏମ କେୟାର୍ସ ଫଣ୍ଡର କାର୍ଯ୍ୟ ଏକ ନୂଆ ଦିଗଦର୍ଶନ ପାଇବ।

Comments are closed.