ରେପୋ ରେଟ୍ ୬.୫%ରେ ଅପରିବର୍ତ୍ତିତ ରଖିଲା ଆରବିଆଇ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟିର ବୈଠକ ପରେ ରେପୋ ରେଟରେ କୌଣସି ପରିବର୍ତ୍ତନ ନକରିବାକୁ ନିଷ୍ପତ୍ତି ନିଆଯାଇଛି।

କମିଟିର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ରେପୋ ରେଟ୍ ପୂର୍ବଭଳି ୬.୫୦% ରେ‌ ଅପରିବର୍ତ୍ତିତ ରହିବ ।

ସେ କହିଛନ୍ତି, ଭାରତ ହେଉଛି ବିଶ୍ଵର ପଞ୍ଚମ ବୃହତ୍ତମ ଅର୍ଥନୀତି । ଦେଶର ଅର୍ଥନୀତିରେ କ୍ରମାଗତ ଅଭିବୃଦ୍ଧି ଜାରି ରହିଛି। ବିଶ୍ୱ ଅର୍ଥବ୍ୟବସ୍ଥାରେ ଭାରତୀୟ ଅର୍ଥନୀତି ପ୍ରାୟ ୧୫ ପ୍ରତିଶତ ଯୋଗଦାନ ଦେଉଛି |

ଆରବିଆଇ ଶେଷ ଥର ପାଇଁ ଫେବୃଆରୀ ୨୦୨୩ରେ ରେପୋ ରେଟ୍ ପରିବର୍ତ୍ତନ କରିଥିଲା ‌ ।

ରେପୋ ରେଟ୍ କ’ଣ?

ଆରବିଆଇ ଅନ୍ୟ ବ୍ୟାଙ୍କମାନଙ୍କୁ ଯେଉଁ ସୁଧହାରରେ ଋଣ ପ୍ରଦାନ କରିଥାଏ ତାହାକୁ ରେପୋ ରେଟ୍ କୁହାଯାଏ । ଯଦି ରେପୋ ରେଟ୍ ବୃଦ୍ଧି ହୁଏ, ତେବେ ବ୍ୟାଙ୍କଗୁଡିକୁ ରିଜର୍ଭ ବ୍ୟାଙ୍କରୁ ମହଙ୍ଗା ହାରରେ ଋଣ ମିଳିବ ‌ଏବଂ ଏହାଦ୍ବାରା ଲୋକଙ୍କ ଇଏମ୍ଆଇ ମଧ୍ୟ ବଢିଯିବ ।

Comments are closed.