ନୋଏଡାରେ ଏଣିକି ପୋଷା କୁକୁର, ବିଲେଇଙ୍କ ପଞ୍ଜିକରଣ ବାଧ୍ୟତାମୂଳକ, କୁକୁର କାମୁଡ଼ିଲେ ମାଲିକ ଦେବେ ଚିକିତ୍ସା ଖର୍ଚ୍ଚ

ନୋଏଡା: ଗତ କିଛି ଦିନ ହେବ ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ଏହାର ନିକଟବର୍ତ୍ତୀ ନୋଏଡା ଅଞ୍ଚଳରେ କୁକୁର ଆକ୍ରମଣ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପୋଷା କୁକୁର ଏବଂ ବୁଲା କୁକୁରଙ୍କ ଆକ୍ରମଣ ନେଇ ଅଭିଯୋଗ ବଢ଼ିଛି ।

ଇତି ମଧ୍ୟରେ ଉତ୍ତର ପ୍ରଦେଶର ନୋଏଡା ପ୍ରଶାସନ କୁକୁର-ବିଲେଇ ରଖିଥିବା ଲୋକ ଏବଂ ବୁଲା କୁକୁର ସଂକ୍ରାନ୍ତରେ ଗାଇଡଲାଇନ୍ ଜାରି କରିଛନ୍ତି।

ନୋଏଡା ଅଥରିଟି ସିଇଓ ରିତୁ ମହେଶ୍ୱରୀଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏହି ସୂଚନା ଦିଆଯାଇଛି। ପୋଷା କୁକୁର ଏବଂ ବିଲେଇମାନଙ୍କ ପଞ୍ଜିକରଣ କରିବା ବାଧ୍ୟତାମୂଳକ ହେବ ବୋଲି ସେ କହିଛନ୍ତି।

ନୋଏଡା ଅଥରିଟିର ନୂଆ ଗାଇଡଲାଇନ୍ ଅନୁଯାୟୀ, ପୋଷା କୁକୁର ଏବଂ ବିଲେଇମାନଙ୍କ ପଞ୍ଜିକରଣ କରିବା ଏବେ ବାଧ୍ୟତାମୂଳକ ହେବ। ଏହାର ଶେଷ ତାରିଖ ୩୧ ଜାନୁୟାରୀ ୨୦୨୩ ରଖାଯାଇଛି |

ପୋଷା କୁକୁର କିମ୍ବା ବିଲେଇ ପଞ୍ଜିକରଣ ନକଲେ ଜୋରିମାନା ଦେବାକୁ ପଡିବ |

ଏହାଛଡ଼ା ପୋଷା କୁକୁରମାନଙ୍କ ବନ୍ଧ୍ୟାକରଣ ଏବଂ ଆଣ୍ଟିରାବିଜ୍ ଟିକାକରଣ ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ଏହା ଉଲ୍ଲଂଘନ କଲେ ମାର୍ଚ୍ଚ ୧, ୨୦୨୩ ରୁ ମାସିକ ୨୦୦୦ ଟଙ୍କା ଜରିମାନା ଲାଗିବ ।

ନୋଏଡା ଅଥରିଟି ଦ୍ବାରା ଜାରି ଗାଇଡଲାଇନ ଅନୁଯାୟୀ ଯଦି ପୋଷା କୁକୁର କିମ୍ବା ବିଲେଇ ଅନ୍ୟ କୌଣସି ବ୍ୟକ୍ତିଙ୍କ କ୍ଷତି ଘଟାଏ କିମ୍ବା କୌଣସି ଅପ୍ରୀତିକର ଘଟଣା ଘଟେ ତେବେ ସେମାନଙ୍କ ମାଲିକଙ୍କୁ ୧୦,୦୦୦ ଟଙ୍କା ଜରିମାନା କରାଯିବ। ଏହି ନିୟମ ମାର୍ଚ୍ଚ ୧, ୨୦୨୩ ଠାରୁ ଲାଗୁ ହେବ।

ଏହା ସହିତ ଯଦି ପୋଷଖ କୁକୁର କିମ୍ବା ବିଲେଇର ଆକ୍ରମଣରେ କୌଣସି ବ୍ୟକ୍ତି କିମ୍ବା ପଶୁ ଆହତ ହୁଅନ୍ତି, ତେବେ ପୋଷା କୁକୁରର ମାଲିକଙ୍କୁ ଏହାର ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ପଡିବ |

ଯଦି ଏକ ପୋଷା କୁକୁର ସର୍ବସାଧାରଣ ସ୍ଥାନ ଅପରିଷ୍କାର କରେ, ତେବେ ତାହା ସଫା କରିବା ମାଲିକଙ୍କ ଦାୟିତ୍ବ ହେବ।

Comments are closed.