ଉତ୍ତରାଖଣ୍ଡ ଟନେଲ୍ ଅଘଟଣ: ଫସି ରହିଥିବା ଶ୍ରମିକଙ୍କୁ ବାହାର କରିବା ପ୍ରୟାସ ଜାରି

ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ନିର୍ମାଣାଧୀନ ଏକ ଟନେଲ୍ ଭୁଶୁଡ଼ିବାର ୪୮ ଘଣ୍ଟାରୁ ଅଧିକ ସମୟ ପରେ ବି ଭିତରେ ଫସି ରହିଥିବା ଶ୍ରମିକ ମାନଙ୍କୁ ବଞ୍ଚାଇବା ପାଇଁ ଯଥା ସମ୍ଭବ ପ୍ରୟାସ ଜାରି ରହିଛି । ଉତ୍ତରକାଶୀ ଜିଲ୍ଲାର ସିଲ୍କୟାରା ସ୍ଥିତ ବ୍ରହ୍ମାଖୋଲ-ଯମୁନେତ୍ରୀ ଜାତୀୟ ରାଜପଥରେ ନିର୍ମାଣାଧୀନ ଏକ ଟନେଲର କିଛି ଅଂଶ ରବିବାର ସକାଳ ପ୍ରାୟ ୫ଟାରେ ଭୁଶୁଡ଼ି ପଡ଼ିଥିଲା । ଟନେଲ୍ ଭିତରେ ୪୦ ଶ୍ରମିକ ଫସି ରହିଛନ୍ତି।

ଟନେଲର ପ୍ରବେଶ ଦ୍ଵାର ଠାରୁ ପ୍ରାୟ ୨୦୦ ମିଟର ଦୂରରେ ଏହାର ଏକ ଭାଗ ଦବି ଯାଇଥିଲା । ଫସି ରହିଥିବା ଶ୍ରମିକଙ୍କ ନିକଟରେ ପହଞ୍ଚିବା ପାଇଁ ପଥର ଓ ମାଟି ହଟାଇବା କାର୍ଯ୍ୟ ଜାରି ରହିଛି। ଶ୍ରମିକ ମାନଙ୍କୁ ପାଇପ୍ ଯୋଗେ ଅମ୍ଲଜାନ ଯୋଗାଣ ସହ ଖାଦ୍ୟ ଓ ଜଳ ପଠାଯାଉଛି।

ଜଣେ ଅଧିକାରୀ କହିଛନ୍ତି ଯେ ଟନେଲକୁ ଅବରୋଧ କରୁଥିବା ପ୍ରାୟ ୨୧ ମିଟର ସ୍ଲାବକୁ ହଟାଇ ଦିଆଯାଇଛି । ଆଉ ୧୯ ମିଟର ରାସ୍ତା ସଫା କରିବାକୁ ବାକି ଅଛି। ଭିତରେ ଫସି ରହିଥିବା ଶ୍ରମିକମାନଙ୍କ ସହ ନିରନ୍ତର ଯୋଗାଯୋଗ କରାଯାଉଛି । ସେମାନେ ସୁରକ୍ଷିତ ଥିବା ସେ କହିଛନ୍ତି ।

Comments are closed.